Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

29/08/2019 at 10:34 PM

ଭୁବନେଶ୍ୱର – ହାଇକୋର୍ଟ ବେ଼ଞ୍ଚ ସ୍ଥାପନ ପାଇଁ ରାଜ୍ୟସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟିକୁ ପୁଣିଥରେ ଗଠନ କରାଯାଇଛି। ଏଥିରେ ଉନ୍ନୟନ କମିଶନ ଅଧ୍ୟକ୍ଷ ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ଆବାହକ ରହିଛନ୍ତି ।ଏହି କମିଟିରେ ଗୃହ ବିଭାଗ ପ୍ରମୁଖ ସଚିବ , ଅର୍ଥ ବିଭାଗ ପ୍ରମୁଖ ସଚିବ, ରାଜସ୍ୱବିଭାଗ ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି।। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଏହି କମିଟି ବିଭିନ୍ନ ଦାବି ଓ ଦିଗର ତର୍ଜମା କରିବେ ।

   Related Posts