Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆତ୍ମହତ୍ୟା : ସୁଇସାଇଡ୍ ନୋଟ୍‌ରେ ପୋଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

19/01/2021 at 12:49 PM

ଜୀରକପୁର ୧୯/୦୧ : ମିଛ ମାମଲା ରୁଜୁ କରିବା ଏବଂ ଲାଞ୍ଚ ନେବା ମାମଲାରେ ସର୍ବଦା ବିବାଦରେ ରହୁଥିବା ପଞ୍ଜାବ ପୋଲିସ ଆଉ ଏକ ମାମଲାରେ ଛନ୍ଦି ହୋଇଯାଇଛି । ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆତ୍ମହତ୍ୟା ପରେ ବିବାଦ ଘେରକୁ ଆସିଛି ପଞ୍ଜାବ ପୋଲିସ । ଜଣେ ପୋଲିସ ଅଫିସରଙ୍କ ସମେତ ୬ ଜଣଙ୍କ ନାଁରେ ଅଭିଯୋଗ ଆଣି ତ୍ରିବେଦୀ କ୍ୟାମ୍ପ ନିବାସୀ ଦୀପକ କୁମାର ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଏକ ସୁଇସାଇଡ୍ ନୋଟରେ ତାର ତାଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତମାନଙ୍କ ବିଷୟରେ ଲେଖିଛନ୍ତି ।

ସୂଚନା ଅନୁସାରେ ମୃତକ ଦୀପକ କୁମାର ଇନକମ୍‌ ଟ୍ୟାକ୍ସ୍‌ର ଓକିଲ ଭାବେ କାର୍ଯ୍ୟକରୁଥିଲେ । ସେ ଜୀରକପୁରରେ ଏକ ହୋଟେଲ ଲିଜ୍‌ରେ ନେଇ ଚଳାଉଥିଲେ । ତେବେ ବିଭିନ୍ନ ସମୟରେ ବଲଟାନା ଥାନାର ପୋଲିସ ଅଧିକାରୀ କୁଲବନ୍ତ ସିଂ ଏବଂ ଆଉ ୫ଜଣ ବ୍ୟକ୍ତି ତାଙ୍କୁ ହଇରାଣ ହରକତ କରୁଥିଲେ । ଏଥିରେ ଅତିଷ୍ଟ ହୋଇ ସେ ଆତ୍ମହତ୍ୟା କରିଥିବା ସୁଇସାଇଡାଲ ନୋଟ୍‌ରେ ଲେଖିଛନ୍ତି । ମୃତକଙ୍କ ପରିବାର ଲୋକେ ଏହି ଚିଠିକୁ ଆଧାର କରି ଥାନାରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ୪୩ ବର୍ଷୀୟ ଦୀପକ କୁମାର, ପ୍ରୀତ କଲେନୀରେ ରହୁଥିବା ତାଙ୍କ ବନ୍ଧୁଙ୍କ ଘରେ ଯେଉଁଠାରେ କି ସେ ତାଙ୍କର ଅଫିସ ଚଳାଉଥିଲେ ସେଠାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପରିବାର ଲୋକ କହିଛନ୍ତି ଦୀପକ କୁମାର ରବିବାର ଦିନ ହିଁ ଘରୁ ବାହାରିଯାଇଥିଲେ । ରବିବାର ଦିନ ସନ୍ଧ୍ୟାରୁ ତାଙ୍କର ଫୋନ୍ ମଧ୍ୟ ବନ୍ଦ ରହିଥିଲା । ତେବେ ପରିବାର ଲୋକ ଖୋଜାଖୋଜି ପରେ ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ । ତେବେ ଖୋଜା ଖୋଜି ପରେ ନିଜ ଅଫିସରେ ଫାଶି ଲଗାଇଦେଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ପୋଲିସ ମୃତ ଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

   Related Posts