ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଏବେ ଏହି ନୂଆ କୌଶଳ ଅବଲମ୍ବନ କରିବ, ଜାଣନ୍ତୁ କଣ…

Published By : Prameya-News7 Bureau | August 01, 2019 IST

ଭୁବନେଶ୍ବର୧/୮:  ରାଜଧାନୀରେ ସିରିଏଲ ଆଟାକ୍ ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାତିସାରା ଟ୍ୱିନ୍ ସିଟିର ବିଭିନ୍ନ ସ୍ଥାନରେ ଚେକିଂ କରିଛି ପୋଲିସ । ହେଲେ ଲୁଟେରାଙ୍କ ସୁରାକ ପାଇପାରୁନି ସ୍କ୍ବାର୍ଡ । ପୋଲିସ ସେମାନଙ୍କୁ ଧରିବା ପାଇଁ ଯେତିକି ନୁଆ ନୁଆ ଫନ୍ଦି ଆପଣାଉଛି ଲୁଟେରା ମାନେ ଖସିବା ପାଇଁ ସେତିକି ନୁଆ ବାଟ ବାହାର କରୁଛନ୍ତି । ଏହାକୁ ନଜରରେ ରଖି ପୋଲିସ ସ୍ମାର୍ଟ ସିଟିରେ ଆରମ୍ଭ କରିଛି ଜୋରଦାର ତଲାସି ଅଭିଯାନ ।…  

{"id":139703}


ଲୁଟେରାଙ୍କୁ ଧରିବା ପାଇଁ କମିସନରେଟ ପୋଲିସ ଆପଣାଇଛି ନୁଆ ତରିକା । ଏବେ ଚେକିଂ ବ୍ଲକିଂ ବେଳେ ସେଠାରେ ଉପସ୍ଥିତ ରହିବେ ଥାନା ଅଧିକାରୀ  ।  ଅପରାଧିଙ୍କ ଫିଙ୍ଗର ପ୍ରିଣ୍ଟ ହେବ ଡିଜିଟାଲାଇଜେସନ । ଚେକିଂ ଅଫିସରଙ୍କ ପାଖରେ ରହିବ ଫିଙ୍ଗର ପ୍ରିଣ୍ଟ ମେସିନ । ସନ୍ଦିଗ୍ଧଙ୍କ ଫିଙ୍ଗର ପ୍ରିଣ୍ଟ ଅପରାଧିଙ୍କ ଫିଙ୍ଗର ପ୍ରିଣ୍ଟ ସହିତ ମ୍ୟାଚ କରାଯିବ । ଆଉ ଧରା ପଡିଥିବା ଲୋକଙ୍କ ଉପରେ ସନ୍ଦେହ ହେଲେ ପୋଲିସ ଚେକିଂ ସ୍ଥଳରୁ ସେମାନଙ୍କୁ ଗିରଫ କରିବ ।

{"id":139704}

ରାଜଧାନୀର ଗଳିକନ୍ଦି ଉପରେ ବି କମିସନରେଟ୍ ପୋଲିସ ରଖିବ କଡ଼ା ନଜର  । ବିଗତ ଶହେ ଦିନରେ ଶହେ ଅପରାଧ ଘଟାଇଲେଣି ଅପରାଧୀ । କମିଶନରେଟ ପୋଲିସର ବ୍ଲକିଂ ଚେକିଂ ସତ୍ତ୍ବେ ବି ଲୁଟେରାମାନେ ଚତୁରତାର ସହ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ଲୁଟେରାଙ୍କ ଆତଙ୍କ ଥମିବାର ନାଁ ଧରୁନି । କେବଳ ହାତଗଣତି କେତୋଟି ଲୁଟ ଘଟଣାରେ  ଅପରାଧିଙ୍କୁ ଧରି ବାହା ବା ସାଉଁଟିଛି କମିଶନରେଟ ପୋଲିସ । ହେଲେ ଏଭଳି କଲେ ଆଉ ଖସିପାରିବେନି ଅପରାଧୀ ।

{"id":139705}

 ଅନ୍ୟପଟେ ଗତ ଦୁଇ ଦିନ ମଧ୍ୟରେ  ସିରିଜ ଲୁଟ ଓ ଆକ୍ରମଣ ଘଟଣାରେ ସ୍ପେଶାଲ ସ୍କ୍ବାଡ ୬ଜଣ ପେସାଦାର ଅପରାଧିଙ୍କୁ ଧରି ପଚରା ଉଚରା ଚଳାଇଛି ।  ସିସିଟିଭି ଫୁଟେଜ ଆଧାରରେ ବି ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ନୟାପଲି ଥାନା ଅଂଚଳରେ  ଜଣେ ନିର୍ବାହି ଯନ୍ତ୍ରୀଙ୍କ ଘରୁ ଚୋରି ହୋଇଥିବା ୧୮ଭରି ସୁନା ଗହଣା ଓ ଲାପଟପ ଉଧାର କରିବା ସହ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି  ସ୍ପେଶାଲ ସ୍କ୍ବାଡ ।

{"id":139706}

ଗତ ଏକ ମାସ ଭିତରେ ଜାଗମରାରେ ଏକ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଲୁଟ ଘଟଣା ,ଖଣ୍ଡଗିରିରେ ଦୁଇ ଦୁଇ ଟି କାର ଲୁଟ, ନୟାପଲିରେ ବାଇକ ଲୁଟେରାଙ୍କ ଲୁଟ ଉଦ୍ୟମ ସହ ବାଲିଅନ୍ତା ଥାନା  ଅଂଚଳରେ ବ୍ୟାଙ୍କ କର୍ମଚାରrଙ୍କ ନିକଟରୁ  ୩୫ ଲକ୍ଷ ଟଙ୍କା ଲୁଟ ଘଟଣାର ଏବେବି ପର୍ଦ୍ଧାଫାସ କରିବାରେ ବିଫଳ କମିସନରେଟ ପୋଲିସ । ତେବେ ପୋଲିସ କମିସନରଙ୍କ ଅପରାଧ ରୋକିବାର ଏହି ନୂଆ ଫର୍ମୁଲା କେତେଦୁର କାମ କରୁଛି ତା ଉପରେ ସମସ୍ତଙ୍କ ନଜର  ।

{"id":139707}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.