ମୁଙ୍ଗେରରୁ କଟକ ବନ୍ଧୁକ ନେଟ୍‌ଓ୍ଵର୍କ... ଜେଲ୍ ଭିତରୁ କିପରି ଅପରାଧ ସାମ୍ରାଜ୍ୟ ଚଳାଉଛନ୍ତି ଧଳସାମନ୍ତ ବ୍ରଦର୍ସ ? ରିମାଣ୍ଡରେ ନେବ ପୋଲିସ

Published By : Prameya-News7 Bureau | December 11, 2020 IST

ଭୁବନେଶ୍ଵର ୧୧।୧୨: ଜେଲ୍‌ରେ ଥାଇ ମଧ୍ୟ କୁଖ୍ୟାତ ଅପରାଧୀ ଡି ବ୍ରଦର୍ସର ନିଜର ଅପରାଧିକ ସାମ୍ରାଜ୍ୟ ଜାରି ରଖିଛି। ସହଯୋଗୀଙ୍କ ଜରିଆରେ ଆଦାୟ କରୁଛି ଦାଦା ବଟି। ଏପରିକି ବିହାରରୁ ବନ୍ଧୁକ ମଗାଇ କାରବାର କରୁଛି। ତେଣୁ ଅଧିକ ଜେରା ପାଇଁ ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ। ଏନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଧାଂଶୁ ଷଡଙ୍ଗୀ।

ସେ  କହିଛନ୍ତି ଯେ, ଡି ବ୍ରଦର୍ସଙ୍କୁ ପୋଲିସ କମିଶନରେଟ୍ ରିମାଣ୍ଡରେ ନେବ। ଡି ବ୍ରଦର୍ସଙ୍କୁ ଅଧିକ ପଚରାଉଚୁରା କରାଯିବ। କାଲିର ଚଢାଉରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଥିଲା। ଘର ଭିତରେ ଇଣ୍ଟେରିୟର ଡିଜାଇନ ଭିତରେ ଲୁଚାଇ ରଖିଥିଲେ ବନ୍ଧୁକ। ବିହାରର ମୁଙ୍ଗେରରୁ ଚୋରା ବନ୍ଧୁକ ଆସୁଥିବା ତଦନ୍ତରୁ ଜଣା ପଡିଛି। ଅପରାଧୀ ପ୍ରକାଶ ବେହେରା ଗିରଫ ହେବା ପରେ ଜେରା ବେଳେ ଏହି ତଥ୍ୟ ଦେଇଛି। ପ୍ରକାଶ ବେହେରାର ତଥ୍ୟ ଆଧାରରେ ଚଢାଉ କରି ଏସବୁ ଅସ୍ତ୍ର ଶସ୍ତ୍ର ଜବତ କରା ଯାଇଛି। ଡିବ୍ରଦର୍ସ ଲିଙ୍କ୍‌ରେ ୮ ଜଣଙ୍କୁ ଗିରଫ କରାଯିବା ସହ ୪ ବାଇକ ଜବତ ହୋଇଛି। ଜେଲ୍‌ରେ ଥାଇ ଅପରାଧ କରୁଛି ସେ। ସହଯୋଗୀ ଜରିଆରେ ଆଦାୟ କରୁଛି ଦାଦା ବଟି। ସରୋଜ ସେଠୀ ବନ୍ଧୁକ ଦେଇଥିବା ପ୍ରକାଶ ବେହେରା କହିଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗୁରୁବାର କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ସିଡିଏ ସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା।  ଏଥିରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିଲା। ଡି. ବ୍ରଦର୍ସଙ୍କ ଘରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଥିବା ଡିସିପି ଅଖିଳେଶ୍ଵର ସିଂହ ସୂଚନା ଦେଇଥିଲେ। ଗୋଟିଏ ସିଲ୍ ବାକ୍ସ ଭିତରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଥିଲା। ୭ଟି ବନ୍ଧୁକ  ଓ ଏକାଧିକ ମୋବାଇଲ ମଧ୍ୟ ଜବତ କରାଯାଇଥିଲା।

କଟକ କମିଶନରେଟ ପୋଲିସ ଗତ କିଛି ଦିନ ଧରି ଧଳ ସାମନ୍ତ ବଦର୍ସ ଲିଙ୍କରେ ଅନେକ ସହଯୋଗୀଙ୍କୁ ଉଠାଇନେଇ ଥିଲା। ବୁଧବାର ରାତିରେ ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଚୌଦ୍ୱାର ଥାନା ପୋଲିସ ୩ ଜଣଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ମଧ୍ୟ ଗୁଳି ଓ ବନ୍ଧୁକ ମିଳିଥିଲା। ଧଳ ସାମନ୍ତ ବଦର୍ସଙ୍କ ଲିଙ୍କରେ ଏହି ୩ ଜଣ ଥିବା ପୋଲିସ ଜଣିବାକୁ ପାଇଥିଲା।

ସେହି ଅଟକ ୩ ସହଯୋଗୀଙ୍କ ଠାରୁ ଧଳ ସାମନ୍ତଙ୍କ ଘରେ ବନ୍ଧୁକ ଓ ଗୁଳି ରହିଥିବା ପୋଲିସ ଟେର ପାଇଥିଲା। ଏହାପରେ ଡିସିପି ପ୍ରତୀକ ସିଂଙ୍କ ଏକ ଟିମ ଗଠନ କରି ଗୁରୁବାର ସଂଧ୍ୟାରେ ସିଡିଏ ୬ ସ୍ଥିତ ବାସଭବନ ଉପରେ ଚଡାଉ କରିଥିଲା। ଏହି ଚଡାଉ ସମୟରେ ଘର ସାଜ୍ଜସଜ୍ଜା ପାଇ ଇଣ୍ଟିରିୟର ଡିଜାଇନକୁ ତାଡିବା ପରେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଥିଲା।

ଗତ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ କମିଶନରେଟ ପୋଲିସ ଟିମ ସୁଶାନ୍ତ ଓ ସୁସିଲ ଧଳ ସାମନ୍ତ ବଦର୍ସକୁ ଗିରଫ କରିଥିଲା। ଡି-ବଦର୍ସ ଲିଙ୍କରେ ୩୦ ଅଧିକ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ମାମଲାରେ ଛନ୍ଦି ହୋଇଛନ୍ତି ଧଳ ବଦର୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.