ଅମାନିଆଙ୍କୁ ନିସ୍ତାର ନାହିଁ : ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ବାପୁଜୀନଗରରେ ବନ୍ଦ କଲା ଦୋକାନ

Published By : Prameya-News7 Bureau | September 17, 2020 IST

ଭୁବନେଶ୍ୱର, ୧୭ ।୦୯:   ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନେକ ଏଠାରେ କଟକଣାକୁ ଖାତିର କରୁନାହାଁନ୍ତି । ଏପରିକି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ଯାହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପିଙ୍କୁ ଅମାନିଆଙ୍କବିରୋଧରେ ଆକ୍ସନ ନେବାକୁ କହିଥିଲେ । ଏପରିକି ଖୋଦ୍ ଡିଜିପି ମଧ୍ୟ ଟ୍ୱିନ୍ ସିଟି ପୋଲିସକୁ ଅମାନିଆଙ୍କୁ ସାବାଡ କରିବାକୁ କହିଥିଲେ । ଏହା ପରେ ଆକ୍ସନ ମୋଡକୁ ଆସିଛି କମିସନରେଟ୍ ପୋଲିସ

କମିଶନରେଟ୍ ପୋଲିସ ବାପୁଜୀନଗରରେ କିଛି ଦୋକାନକୁ ବନ୍ଦ କରିଦେଇଛି । ଏହି ଦୋକାନରେ ସାମାଜିକ ଦୂରତାକୁ ଖୁଲମଖୁଲା ଭାବେ ଉଲଙ୍ଘନ କରାଯାଉଥିଲା । ତେଣୁ ଏହି ସବୁ ଦୋକାନକୁ ପୋଲିସ ବନ୍ଦ କରିଦେଇଛି ।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୬୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୪୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୧୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୭ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.