୫୦୦ଟଙ୍କା ଫାଇନ୍ ଦିଅ, ହେଲମେଟ୍ ନିଅ: ରାଜଧାନୀରେ ଜରିମାନା ସହ ସଚେତନତା

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦/୯: ଫାଇନ୍ ଦିଅ, ହେଲମେଟ୍ ନିଅ । ସଚେତନତା ପାଇଁ କମିଶନରେଟ ପୋଲିସର ନୂଆ ଫଣ୍ଡା । ଭୁବନେଶ୍ବରରେ ହେଲମେଟ୍ ପିନ୍ଧି ନଥିବା ଗାଡି ଚାଳକଙ୍କଠୁ ୫ଶହ ଟଙ୍କାର ଫାଇନ କାଟି ହେଲମେଟ୍ ଦିଆଯାଉଛି । ସେପଟେ କଟକରେ ଫୁଲ ଓ ଚକୋଲେଟ୍ ବାଣ୍ଟି ଲୋକଙ୍କୁ ସଚେତନ କରିଛନ୍ତି ଟ୍ରାଫିକ ଡିସିପି ।

ଟ୍ରାଫିକ୍ ନିୟମ ବୁଝାଇବାର ନୂଆ ଫର୍ମୁଲା । ଆଇନ୍ ଉଲଂଘନକାରୀ ଫାଇନ୍ କାଟ ହେଲମେଟ ନିଅ । ଅର୍ଥାତ ହେଲମେଟ ପିନ୍ଧିନଥିବା ଗାଡିଚାଳକଙ୍କଠାରୁ ୫ ଶହ ଟଙ୍କାର ଫାଇନ୍ କାଟିଥିଲା ପୋଲିସ । ଆଉ ତା ବଦଳରେ ତାଙ୍କ ହାତରେ ଗୋଟିଏ ହେଲମେଟ୍ ଧରେଇ ଦେଉଥିଲେ । ଆଉ ଯେଉଁମାନେ କାର୍ ସିଟ୍ ବେଲ୍ଟ ଏବଂ ହେଲମେଟ୍ ପିନ୍ଧିଥିଲେ ସେମାନଙ୍କ ହାତକୁ ବଢେଇ ଦେଉଥିଲେ ଚକୋଲେଟ ସହ ଥ୍ୟାଙ୍କ ୟୁ କାର୍ଡ । କମିଶନରେଟ ପୋଲିସ ଏଭଳି କାର୍ଯ୍ୟକ୍ରମକୁ ସାଧାରଣଲୋକେ ସ୍ବାଗତ କରିଛନ୍ତି ।

ଏଣିକି ଭୁବନେଶ୍ବରରେ ଆଇନ ଉଲଂଘନକାରୀଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ବରମୁଣ୍ଡା, କଳ୍ପନା ଆଦି ରୋଡରେ ଡ୍ରୋନ୍ କ୍ୟାମେରା ଉଡାଇଛି କମିଶନରେଟ ପୋଲିସ । କେବଳ ଏତିକି ନୁହେଁ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରି ଆଉ ପୋଲ ତଳେ ଠିଆ ହୋଇପାରିବନି ବସ୍ । ବେଆଇନ୍ ଭାବେ ବସ୍ ପାର୍କିଂ କରି ଲୋକ ଉଠାଇଲେ ଫାଇନ୍ କାଟିବ କମିଶନରେଟ ପୋଲିସ ।

ସେପଟେ କଟକରେ ଚକୋଲେଟ ଓ ଗୋଲାପ ଦେଇ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଯାଇଛି । ଟ୍ରାଫିକ୍ ଡିସିପି ସାଗରିକା ନାଥ ନିଜେ ଲୋକଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ୍ ନିୟମ ସମ୍ପର୍କରେ ବୁଝାଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ସିନେ ଅଭିନେତା ଓ ଅଭିମେତ୍ରୀ ବି ସାମିଲ ହୋଇଥିଲେ । ହେଲମେଟ ପିନ୍ଧିଥିବା ବ୍ୟକ୍ତିମାନଙ୍କୁ ଫୁଲ ଦେଇ ଧନ୍ୟବାଦ କହୁଥିବା ବେଳେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିମାନଙ୍କୁ ଚକୋଲେଟ୍ ଓ ଲିଫଲେଟ୍ ଦେଇ ସଚେତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.