Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସାବଧାନ୍ ବାତେରା ଟୋକା: ଛାତ୍ରୀ ଓ ମହିଳାଙ୍କୁ ଦିଆଯିବ ପାଓ୍ବାର, ସେମାନେ ବି କରି ପାରିବେ ଗିରଫ…

2/01/2020 at 8:55 PM

ଭୁବନେଶ୍ବର୨/୧:  ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାକୁ କମିଶନରେଟ୍ ପୋଲିସର ଅଭିନବ ପଦକ୍ଷେପ । ସେମାନଙ୍କ ଭିତରୁ  ଏସପିଓ ନିଯୁକ୍ତି କରି ଏଣିକି ନାରୀ ନିର୍ଯାତନା ରୋକିବାକୁ ବ୍ଲୁପ୍ରିଣଅଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ବିଭିନ୍ନ କଲେଜ ଓ ଅଫିସରୁ ୩ଶହ ସାଧାରଣ ମହିଳାଙ୍କୁ ନେଇ ଏସପିଓ ଟିମ୍ ଗଠନ କରାଯାଇଛି । ଆଉ ସବୁ ଏସପିଓଙ୍କୁ ପୋଲିସ କ୍ଷମତା ପ୍ରଦାନ କରିଛି କମିଶନରେଟ ପୋଲିସ ।

ସାବଧାନ୍ ବାତେରା ଟୋକା । ମହିଳାଙ୍କୁ କମେଣ୍ଟ ମାରି ଆଉ ବର୍ତ୍ତିପାରିବେନି ରୋଡ୍ ରୋମିଓ ଆଉ  ବିଭିନ୍ନ  ଅଫିସ ଓ କଲେଜରେ ଏକ ପାଖିଆ ପ୍ରେମ କରି ମହିଳାଙ୍କୁ ହଇରାଣ କରୁଥିବା ରସିକ ପ୍ରବର ।  ସେମାନଙ୍କୁ ସାବାଡ୍ କରିବାକୁ କମିଶନେରଟ ପୋଲିସ ତୟାର କରୁଛି ମହିଳା ଏସପିଓ । ବିଭିନ୍ ଅଫିସ ଓ କଲେଜର ପ୍ରାୟ ୩୦୦ ବଛାବଛା ଛାତ୍ରୀ ଓ ମହିଳାଙ୍କୁ ସ୍ପେଶାଲ ପୋଲିସ ଅଫିସର ବା ଏସପିଓ  ଟ୍ରେନିଙ୍ଗ ପାଇଁ ଚିହ୍ନଟ କରାଯାଇଛି  ।ଆଜି ସେମାନଙ୍କୁ ବି ନିଯୁକ୍ତି ମିଳିଛି । ପୋଲିସ କମିସନେରେଟର କହିବା ଅନୁଯାଇ  ଜଣେ ପୋଲିସ କର୍ମଚାରୀଙ୍କ ଭଳି ଏହି ଏସପିଓଙ୍କ ହାତରେ ରହିବ ପୋଲିସ କ୍ଷମତା । ଆବଶ୍ୟକ ପଡିଲେ ପୋଲିସ ଭଳି ଏସପିଓ ମାନେ ବି ବାତେରା ଟୋକାଙ୍କୁ ଗିରଫ ଗିରଫ କରିପାରିବେ । ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ  ଏବଂ ନିର୍ଭୟା କାଣ୍ଡକୁ ଆଖିରେ ରଖି ଟୁଇନସିଟିରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛି କମିଶନରେଟ୍ ପୋଲିସ ।

ଅବୈତନିକ ଭାବେ କମିଶନରେଟ ପୋଲିସକୁ ଅପରାଧ ରୋକିବାରେ ସହଯୋଗ କରିବେ ଏସବୁ ଏସପିଓ । ପ୍ରଥମେ ୩ମାସ ପାଇଁ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବୃଦ୍ଧି ପାଇବ । ଟ୍ରାଫିକ ଡିସିପି ସାଗରିକା ନାଥ ଏସପିଓମାନଙ୍କୁ ଲିଡ୍ କରିବେ । କଟକ ଓ ଭୁବନେଶ୍ବରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଶେଷକରି ଆଇଟି ସେକ୍ଟର, କଲ୍ ସେଣ୍ଟର ଓ କଲେଜ ଛାତ୍ରୀଙ୍କୁ ଏହି ଟିମରେ ସାମିଲ କରାଯାଇଛି । ଏସପିଓମାନଙ୍କୁ ପରିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ ବି କରାଯାଇଛି ।

ଅବୈତନିକ ଭାବେ କମିଶନରେଟ ପୋଲିସକୁ ଅପରାଧ ରୋକିବାରେ ଏମାନେ ସହଯୋଗ କରିବେ । ପ୍ରଥମେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବୃଦ୍ଧି ପାଇବ । ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ଏସପିଓମାନେ କାମ କରିବେ । କଟକ ଓ ଭୁବନେଶ୍ବରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ୍ ସେଣ୍ଟର ଓ କଲେଜ ଛାତ୍ରୀ ଏହି ଟିମରେ ସାମିଲ ଅଛନ୍ତି ।  ଏସପିଓମାନଙ୍କୁ ପରିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି ।

କମିଶନରେଟ ପୋଲିସ ଏଭଳି ବ୍ୟବସ୍ଥା ବିକ୍ଷୟରେ ଛାତ୍ରୀ ଓ ମହିଳାଙ୍କୁ  ଅବଗତ କରିବାକୁ ବି ପ୍ରୟାସ କରିଛି । ଯୁବପିଢିଙ୍କୁ ପ୍ରଭାବିତ କରୁଥିବା ଆଜିର ଅଭିନେତା ଅଭିନେତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଅଧିକରୁ ଅଧିକ ମହିଳା ଯେଭଳି ଏସପିଓ ହେବାକୁ ଆଗ୍ରହ ପ୍ରକାଶ କରିବେ ତାପାଇଁ ପ୍ରୟାସ କରିଛି ।

ମହିଳାଙ୍କ ସୁରକ୍ଷା ସହ ସେମାନଙ୍କୁ ଶସକ୍ତିକରଣ କରିବା ହେଉଛି ଏସପିଓ ବ୍ୟବସ୍ଥାର ଲକ୍ଷ୍ୟ । ସହର ବଢୁଥିବାରୁ ଅପରାଧିକ ମାନସିକତା ଯୁବକ ମାନେ ମହିଳାଙ୍କ ପ୍ରତି ଯେଭଳି କୌଣସି ଅଘଟଣ ନଘଟାନ୍ତି ତାକୁ ଆଖିରେ ରଖି କମିଶନରେଟ୍ ପୋଲିସ ଏକାର୍ଯ୍ୟ ଆରମ୍ଭ କରିଛି । କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପକୁ ସର୍ବସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି ।

   Related Posts