କମିଶନରେଟ୍‌ ପୋଲିସ୍‌ର ମହାନତା, ମେଡିକାଲ ଆସିଥିବା ଦମ୍ପତ୍ତିଙ୍କୁ ଖାଇବାକୁ ଦେଇ ଘରେ ଛାଡିଲେ

Published By : Prameya-News7 Bureau | June 21, 2020 IST

ଭୁବନେଶ୍ୱର ୨୧।୦୬: କରୋନା ମହାମାରୀ ନେଇ ଚାରିଆଡେ ଲକ୍‌ଡାଉନ୍‌ ଜାରି ହୋଇଛି । ଓଡିଶାରେ କରୋନା ସ୍ଥିତିକୁ ଦେଖି ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ଦନି ପୁରା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶକୀ କାର୍ଯ୍ୟକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଯାଇଛି । ଆଜି ସଟ୍‌ଡାଉନ୍‌ ୩ୟ ସପ୍ତାହର ୩ଶନିବାର ଓ ରବିବାର । ଏହି ସମୟରେ ରାସ୍ତାଘାଟ ଶୁନଶୁନ୍‌ ଓ ଖାଁ ଖାଁ ହୋଇ ରହିଛି । ଆଜି ବୃଦ୍ଧ ଦମ୍ପତ୍ତିଙ୍କୁ ସାହାଯ୍ୟ କରିବାକୁ ପାଇଁ ଆଗେଇ ଆସିଛି କମିଶନରେଟ୍‌ ପୋଲିସ । ଅସୁସ୍ଥତା କାରଣରୁ ମେଡିକାଲକୁ ଆସିଥିଲେ ଦମ୍ପତ୍ତି । କିନ୍ତୁ ସଟ୍‌ଡାଉନ୍‌ ଯୋଗୁଁ ଗାଡି ମିଳିନଥିଲା ବୃଦ୍ଧ ଦମ୍ପତ୍ତିଙ୍କୁ । ଶେଷରେ ଦମ୍ପତ୍ତିଙ୍କୁ ସହଯୋଗ ପାଇଁ ଆଗେଇ ଆସିଥିଲା କମିଶନରେଟ ପୋଲିସ  ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ବୃଦ୍ଧ ଦମ୍ପତ୍ତି ଆଜି କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । ମେଡ଼ିକାଲରେ ଚିକିତ୍ସା ସରିବା ପରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଦମ୍ପତ୍ତି । କିନ୍ତୁ ଆଜି ସଟ୍‌ଡାଉନ୍‌ ଯୋଗୁଁ କୌଣସି ଗାଡି , ମୋଟର ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଦମ୍ପତ୍ତି ଚାଲି ଚାଲି ଯିବାକୁ ପ୍ରଣ ନେଇଥିଲେ । କିନ୍ତୁ କିଛି ବାଟ ଚାଲିବା ପରେ ରାସ୍ତାର ମଝିରେ ତାଙ୍କ ମୁଣ୍ଡବୁଲାଇଥିଲା । ସେହି ଅଞ୍ଚଳରେ କାର୍ଯ୍ୟରେ ଥିବା  କମିଶନରେଟ ପୋଲିସ Acp ଉତ୍କଳ କୁମାର ଓ ହାବିଲଦାର ଗଙ୍ଗାଧର ନାୟକ ଘଟଣାସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କିଛି ଖାଇବାକୁ ଦେବା ସହିତ ଘରେ ପହଞ୍ଚାଇବା ମଧ୍ୟ ସୁବିଧା କରିଥିଲେ । କମିଶନରେଟ ପୋଲିସ ଆଜି ସଜାଗ ଯୋଗୁଁ କୌଣସି ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ନହେଲେ ଆଜି ଯେପରି ସଟ୍‌ଡାଉନ୍‌ ହୋଇଛି । କିଛି ନା କିଛି ଅସୁବିଧାକୁ ଏଡାଇପାରିବା ନାହିଁ । ଶେଷରେ କମିଶନରେଟ୍‌ ପୋଲିସର ଟ୍ୟାଗ୍‌ We Care, We Dare ରହିଛି । ଗୋଟିଏ ପଟେ ଲୋକଙ୍କୁ ସୁରକ୍ଷା ଦେଉଛି , ଅନ୍ୟପଟେ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରୁଛି । ତେବେ ଆସନ୍ତୁ ଦେଖିବା କମିଶନରେଟ୍‌ ପୋଲିସ କିପରି ବୃଦ୍ଧ ଦମ୍ପତ୍ତିଙ୍କୁ ସହଯୋଗ କରିଛି….   

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.