Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ହକି ମହାକୁମ୍ଭ ପାଇଁ ଆଚରଣ ଓ ଉଚ୍ଚାରଣର ପାଠ ପଢିଲା କମଶନରେଟ୍ ପୋଲିସ, ଅତିଥି ଦେବୋ ଭବ ହେବ ମୂଳମନ୍ତ୍ର

19/11/2018 at 4:58 PM

ଭୁବନେଶ୍ବର ୧୯|୧୧: ଭୁବନେଶ୍ବରରେ ବିଶ୍ବକପ୍‌ ହକି ଆରମ୍ଭ ପାଇଁ ଆଉ ୮ଦିନ ବାକି । ଏଥିପାଇଁ ସାରା ରାଜଧାନୀରେ ପ୍ରସ୍ତୁତି ଯୋରଦାର । ପ୍ରଶାସନ ଠାରୁ ଆରମ୍ଭକରି ପ୍ରସ୍ତୁତି ଦାୟୀତ୍ବରେ ଥିବା କର୍ମକର୍ତ୍ତାଙ୍କ ହାତରେ  ଫୁରୁସତ ନାହିଁ । ହକି ବିଶ୍ବକପ୍‌ ପ୍ରସ୍ତୁତି ପର୍ବରେ କମିଶନରେଟ୍‌ ପୋଲିସର ଗୁରୁତ୍ବପୁର୍ଣ୍ଣ ଭୁମିକା  ରହିଛି । ଦେଶବିଦେଶରୁ ଆସିବାକୁ ଥିବା ଖେଳାଳି, ଅତିଥି ମାନଙ୍କୁ କମିସନରେଟ ପୋଲିସ  କର୍ମଚାରୀଙ୍କ କିଭଳି ରହିବ ଆଚରଣ ଓ  ଉଚ୍ଚାରଣ ? ସେଥିପାଇଁ ଆଜି ୨୪୦ଜଣ ପୋଲିସ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ନଭେମ୍ବର ୨୭ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେଇଉଛି ବିଶ୍ବହକିର ମହାପର୍ବ । ବିଶ୍ବକପ୍‌କୁ ସଫଳତାର ସହ ସଂପର୍ଣ୍ଣ କରିବାକୁ ରାଜ୍ୟ ସରକାର ଫୁଲଦମରେ ଲାଗି ପଡିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ ବିଶ୍ବକପ୍‌ ସୁରକ୍ଷା ବ୍ୟବସ୍ଥା ତଥା ଖେଳାଳି ଓ ଦେଶବିଦେଶର ଅତିଥି ମାନଙ୍କ ପ୍ରତି କମିସନରେଟ ପୋଲିସର ଆଚରଣ ଓ ଉଚାରଣ କିଭଳି ରହିବ ସେଥିପାଇଁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । ଅତିଥିମାନଙ୍କୁ ସକାଳୁ ସକାଳୁ ତାଙ୍କ ନିକଟରେ ପହଞ୍ଚି ଗୁଡମର୍ଣ୍ଣିଂ କହିବା ସହ  ଦିନ ତମାମ ସେମାଙ୍କର ସହ ପୋଲିସ କର୍ମଚାରୀଙ୍କ ବ୍ୟବହାର କିଭଳି ରହିବ ସେ ସଂପର୍କରେ ଟିକିନିକ ତାଲିମ୍ ପାଇଛନ୍ତି ପୋଲିସ କର୍ମଚାରୀ । କମିସନରେଟ୍ ପୋଲିସ ପକ୍ଷରୁ ଏଥିପାଇଁ ଦୁଇଦିନଆ ତାଲିମ ଦିଆଯାଉଛି । ଜଣେ ଘରୋଇ ପ୍ରଶିକ୍ଷକ ୨୪୦ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।

ଭାରତ ସମେତ ୧୩ଟି ଦେଶର ହକି ଖେଳାଳି, କର୍ମକର୍ତ୍ତା, ଦର୍ଶକ ଭୁବନେଶ୍ବର ହକି ବିଶ୍ବକପ୍‌ରେ ଭାଗ ନେବେ । ବିଶେଷ କରି ଖେଳାଳି, କୋଚ, ଭିଆଇପିମାନଙ୍କ ସୁରକ୍ଷା ନେଇ ପିଏସଓ ମାନେ ନିୟୋଜିତ ରହିବେ ।  ତେଣୁ କମିସନରେଟ୍‌ ପୋଲିସ କର୍ମଚାରୀଙ୍କ ଡ୍ରେସ କୋଡ, ଯୋତାର ପଲିସ ଠାରୁ ଆରମ୍ଭ କରି ୟୁନିଫର୍ମ, ହେୟାର ଷ୍ଟାଇଲ ଓ ସର୍ବପରି ଅତିଥି ମାନଙ୍କ ପ୍ରତି ସେମାନଙ୍କ ବ୍ୟବହାର କିପରି ହେବା ଆବଶ୍ୟକ ସେ ଉପରେ ଅଧିକ ଗରୁତ୍ବ ଦିଆଯାଉଛି । ଏ ଭଳି ତାଲିମ ରାଜ୍ୟରେ ପୋଲିସ କର୍ମଚାରୀମାନଙ୍କୁ ପ୍ରଥମ କରି ଦିଆଯାଉଥିବାରୁ ତାଲିମ ପାଉଥିବା କର୍ମଚାରୀମାନେ ଆଗ୍ରହର ସହ ଏହାକୁ ଗ୍ରହଣ କରିଛନ୍ତି ।

‘ଅତିଥି ଦେବୋ ଭବୋ’ ନ୍ୟାୟରେ ହକି ମହାକୁମ୍ଭରେ ଯୋଗଦେବାକୁ ଥିବା ସମସ୍ତ ଅତିଥି ଓ ଖେଳାଳି ମାନଙ୍କୁ କମିଶନରେଟ୍‌ ପୋଲିସର ଆଚରଣ ଓ ଉଚାରଣ ସଂସ୍କୃତି ସମ୍ପୂର୍ଣ୍ଣ ରାଜ୍ୟ ଓଡିଶା ପାଇଁ ବିଦେଶ ମାଟିରେ ଗର୍ବ ଓ ଗୌରବ ସାଉଁଟିବାରେ ସହାୟତା ହୋଇପାରିବ ।

   Related Posts