Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଜାତୀୟ ରାଜମାର୍ଗ ବ୍ଲାକ୍ ସ୍ପଟ୍ ଚିହ୍ନଟକୁ ପୁରିଲା ୧୫ ଦିନ, କାର୍ଯ୍ୟକାରୀ ହେଲାନି କମିଶନରେଟ ପୋଲିସର ବ୍ଲୁପ୍ରିଣ୍ଟ

13/06/2019 at 7:12 PM

ଭୁବନେଶ୍ବ ୧୩।୬:  ଜାତୀୟ ରାଜମାର୍ଗରେ ଦୁର୍ଘଟଣା ରୋକିବା ପାଇଁ କେତେ କଣ ଘୋଷଣା କରିଥିଲା କମିଶନରେଟ ପୋଲିସ ।ଚିହ୍ନଟ କରିଥିଲା ବ୍ଲାକ୍ ସ୍ପଟ୍ । ଇତିମଧ୍ୟରେ  ୧୫ ଦିନ ବିତିଗଲାଣି, ହେଲେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରୁନି।  ତରବରିଆ ଭାବେ ବ୍ଲାକ୍ ସ୍ପଟ ଚିହ୍ନଟ କରି ହାତ ଉପରେ ହାତ ଥୋଇ ବସି ଯାଇଛି ପୋଲିସ କମିଶନରେଟ୍ ।

ଭୁବନେଶ୍ବର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜମାର୍ଗ ନମ୍ବର ୧୬ର ୫ ଟି ସ୍ଥାନକୁ ଦୁର୍ଘଟଣା ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଚିହ୍ନଟ କରିଥିଲା କମିଶନରେଟ ପୋଲିସ୍। ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିଥିବା ଏହି ସବୁ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକ ହେଲା ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜମାର୍ଗର ବାଟ ଭୁଆଷୁଣି, ଖଣ୍ଡଗିରି ନିକଟ ଆଇଗିଣିଆ, ନୟାପଲ୍ଲୀ କ୍ରାଉନ୍ ହୋଟେଲ ସମ୍ମୁଖ ସଡକ ସମେତ ଆଚାର୍ଯ୍ୟବିହାର ଓଭର ବ୍ରିଜ୍  ଓ  ପାହାଳ । କମିଶରେଟ ପୋଲିସ ପକ୍ଷରୁ ଏହି ସବୁ ସ୍ଥାନରେ ଗାଡିର ବେଗ କମାଇବା ପାଇଁ ଖୁବ ଶୀଘ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଥିଲା।

ଏହି ସବୁ ସ୍ଥାନରେ ରୋଡ ବ୍ୟାରିକେଡ, ସାଇନ ବୋର୍ଡ , ସ୍ପିଡ ମିଟର,  ଇଣ୍ଟର ସେପ୍ଟର ଓ ସିସି ଟିଭି  ଲଗାଇବ ବୋଲି ପୋଲିସ କହିଥିଲା। ହେଲେ ୧୫ ଦିନ ପରେ ବି ଜାତୀୟ ରାଜମାର୍ଗରେ ନା ଲାଗିଲା ବ୍ୟାରିକେଡ, ନା ସ୍ପିଡ ମିଟର, ଇଣ୍ଟରସେପ୍ଟର କି ସିସିଟିଭି  ଏଥିରୁ ସ୍ପଷ୍ଟ ବୁଝାପଡୁଛି କମିଶରେଟ ପୋଲିସର ଯୋଜନା ଓ ଘୋଷଣା କେବଳ ଧୁଆଁବାଣ ଥିଲା।  ତେବେ ଚିହ୍ନଟ ହୋଇଥିବା ‘ ବ୍ଲାକ ସ୍ପଟରେ ’ କିଭଳି ଦୁର୍ଘଟଣା ରୋକା ଯାଇ ପାରିବ  ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କହିଛି କମିଶରେଟ ପୋଲିସ । ଏ ନେଇ ଏନଏଚଏଆଇ ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ହିଁ ଯାହା ପଦକ୍ଷେପ ନିଆଯାଇପାରିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି। ତେବେ  ଜତୀୟ ରାଜପଥରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି । ମାତ୍ର କମିଶନରେଟ ପୋଲିସ ଏହାକୁ କିପରି ରୋକା ଯାଇ ପାରିବ ସେ ଦିଗରେ ପଦକ୍ଷେପ ନ ନେଇ । କେବଳ ଯୋଜନାରେ ହିଁ ସୀମିତ ରହି ଯାଇଛି ।

   Related Posts