କମିଶନରେଟ୍ ପୋଲିସ ପକ୍ଷରୁ ଏସ୍‌ପିଓ ୟୁନିଟ୍‌ର ଶୁଭାରମ୍ଭ, ୩୦୦ ମହିଳା ହେଲେ ସାମିଲ

Published By : Prameya-News7 Bureau | January 02, 2020 IST

ଭୁବନେଶ୍ବର ୨।୧: ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ରୋକିବେ ‘ସ୍ପେଶାଲ ପୋଲିସ ଅଫିସର’ ବା ଏସପିଓ ଟିମ୍ । ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏସପିଓ ୟୁନିଟ୍ ଗଠନ କରାଯାଇଛି। ଏହି ଟିମରେ ୩୦୦ ମହିଳା ଯୋଗ ଦେଇଛନ୍ତି । ଏମାନଙ୍କୁ ପ୍ରଥମେ ୩ ମାସ ପାଇଁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିବ । ଏସପିଓ ଟିମ୍ ପାଖରେ ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ରହିବ । ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ ।

{"id":205785,"sizeSlug":"large"}

କଟକ ଓ ଭୁବନେଶ୍ବରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ ସେଣ୍ଟର ଓ କଲେଜର ଯୁବତୀ ଏଥିରେ ରହିଛନ୍ତି । କାହାକୁ ସୁରକ୍ଷା ଦରକାର, କେଉଁଠି ନାରୀ ଉପରେ ଅତ୍ୟାଚାର ହେଉଛି । ତା ଉପରେ ନଜର ରଖିବେ ଏସପିଓ । ଏସପିଓମାନଙ୍କୁ ପରିଚୟ ପତ୍ର ଓ ଟି-ସାର୍ଟ ପ୍ରଦାନ କରାଯାଇଛି ।

{"id":205786,"sizeSlug":"large"}

ମହିଳା ଶସକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ଆଜି ପୋଲିସ କମିଶନରେଟ ପ୍ରତିଷ୍ଠା ଦିବସ ଅବସରରେ ଏସପିଓ ଯୁନିଟର ଶୁଭାରମ୍ଭ କରିଛନ୍ତି ଡିଜିପି ଅଭୟ । ସେ କହିଛନ୍ତି, ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ୟୁନିଫାଏଡ୍ କଂଟ୍ରୋଲ୍ ରୁମ୍  ପ୍ରତିଷ୍ଠା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.