ହକି ମହାକୁମ୍ଭ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି ଜୋରଦାର ; ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର ୧୯|୧୧ : ହକି ମହାକୁମ୍ଭ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । କେବଳ ସୁରକ୍ଷା ବ୍ୟବସ୍ଥା ନୁହେଁ, ବିଦେଶରୁ ଆସୁଥିବା ଅତିଥିଙ୍କୁ କିଭଳି ଆଚରଣ, ଉଚ୍ଚାରଣ, ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ପୋଲିସ କର୍ମଚାରୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ପ୍ରଥମ ପର୍ଯ୍ୟାୟରେ ୨୪୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ୨ଦିନ ଧରି ଚାଲିବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଥିରେ ଦର୍ଶକ ଓ ଅତିଥିଙ୍କ ବ୍ୟବସ୍ଥାରେ ଥିବା ପୋଲିସ କର୍ମଚାରୀଙ୍କୁ ଆଚରଣ, ଉଚ୍ଚାରଣ, ବ୍ୟବହାର ଓ ପ୍ରତି ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.