ଘନେଇଲା ପପୁ-ପୋଷ୍ଟର ବିବାଦ : ମିଷ୍ଟର କହ୍ନେୟା ଫିଲ୍ମ ପ୍ରଡକ୍ସନ ୟୁନିଟକୁ ନୋଟିସ, ଏପଟେ ବିବାଦୀୟ ଅଡିଓ ପ୍ରସଂଗରେ ପପୁଙ୍କୁ କାଠଗଡାକୁ ଟାଣିବେ ବୋଲି କହିଲେ ଧାବିକା ଦୂତୀ ଚାନ୍ଦ

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର ୨୦|୮: ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟ୍‌କୁ ନୋଟିସ ଜାରି କରିଛି କମିଶନରେଟ୍ ପୋଲିସ । ଫିଲ୍ମର ପୋଷ୍ଟର ନେଇ ସବିଶେଷ ତଥ୍ୟ ମଗାଯାଇଛି । ଥାନାରେ ହାଜର ହେବା ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ ହେବ । ପୋଷ୍ଟରଟି ପ୍ରଡକ୍ସନ ୟୁନିଟ କରିଛନ୍ତି କି ନାହିଁ ସେ ନେଇ ପଚାଉଚରା କରାଯିବ ।ସେପଟେ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ବ ନେବା ପରେ ଘଟଣାକୁ ଦୃଢ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

{"id":145419}

କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ହେଲା ନୋଟିସ୍‌ । ମିଷ୍ଟର କହ୍ନେଇ ଫିଲ୍ମର ପୋଷ୍ଟର ବିବାଦ ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟ୍‌କୁ ନୋଟିସ୍ ଜାରି ହୋଇଛି ।ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମଗାଯାଇଛି । ଥାନାରେ ହାଜର ହେବା ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ । ପୋଷ୍ଟରଟି ପ୍ରଡକ୍ସନ ୟୁନିଟ କରିଛି କି ନା ସେନେଇ ପଚାଉଚରା କରାଯିବ । ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି । କେଉଁ ସୂତ୍ରରେ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି । ସେପଟେ ମହିଳା କମିଶନ ଅଧ୍ୟକ୍ଷା ଭାବେ ମୀନତୀ ବେହେରା ଦାୟିତ୍ବ ନେବା ପରେ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ।

{"id":145423}

ବିବାଦ ଭିତରେ ଆହୁରି ଆହୁରି ଛନ୍ଦି ହୋଇପଡୁଛନ୍ତି କମେଡି କିଙ୍ଗ ପପୁ ପମ୍‌ ପମ୍‌ । ଏହି ପୋଷ୍ଟରକୁ ବିରୋଧ କରିଥିବା ଆଥଲେଟ୍‌ ଦୂତି ଚାନ୍ଦଙ୍କୁ ପପୁ ବିଷୋଦଗାର କରିଥିବାର ଏକ ଅଡିଓ  ବିଭିନ୍ନ ସ୍ଥାନରେ ଘୂରି ବୁଲୁଛି । ଦୂତି ଆଗ ନିଜ ବ୍ୟକ୍ତିଗତ କଥାକୁ ସମ୍ଭାଳନ୍ତୁ ବୋଲି କହିଥିବା ଅଡିଓ ଭାଇରାଲ୍ ହେଉଛି । ତେବେ ସେହି ଅଡିଓ ପପୁଙ୍କର କି ନୁହେଁ ତାହା ଆମେ କହିପାରିବୁନି ।

{"id":145431}

ଭାଇରାଲ ଅଡିଓକୁ ଶୁଣି ପୁଣି ଚିହିଁକି ଉଠିଛନ୍ତି ଦୂତୀଚାନ୍ଦ। ସେ ଫେସବୁକ ପୋଷ୍ଟରେ ଲେଖିଛନ୍ତି ପପୁ ପମପମଙ୍କ କଥା ତାଙ୍କୁ ବହୁତ ବାଧିଛି । ପପୁଙ୍କ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ତେବେ ମିଷ୍ଟର କହ୍ନେଇ  ଦିନକୁ ଦିନ ବିବାଦ ଘେରରେ ଫସିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.