Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅପରାଧ ଓ ଅପରାଧୀଙ୍କୁ ଦମନ ପାଇଁ ଆକ୍ଟିଭ ମୋଡ୍‌କୁ ଆସିଛି କମିସନରେଟ୍ ପୋଲିସ

28/07/2019 at 4:24 PM

ଭୁବନେଶ୍ବର ୨୮|୭: ଅପରାଧ ଓ ଅପରାଧୀଙ୍କୁ ଦମନ ପାଇଁ ଗତ କିଛି ଦିନ ହେଲା କମିସନରେଟ ପୋଲିସ ଆକ୍ଟିଭ ମୋଡକୁ ଆସିଛି । ଖୋଦ୍ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି, ଟ୍ବିନ୍ ସିଟିର ଡିସିପି ରାତିରେ ପୋଲିସ ପାଟ୍ରୋଲିଂକୁ କଡାକଡି କରିଛନ୍ତି । ଗଳିକନ୍ଦି ବୁଲି ବୁଲି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ଏହାସହ ମର୍ଡନ କଣ୍ଟ୍ରୋଲ ରୁମ୍ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

କମିସନରେଟ ପୋଲିସ ପାଇଁ ସାଇକୋ କିଲରକୁ ଧରିବା ଏବେ ବଡ ଚ୍ୟାଲେଞ୍ଜ । ସେଥିପାଇଁ କମିସନରେଟ ପୋଲିସ ଗତ ଚାରି ଦିନ ଧରି ରାଜଧାନୀରେ ବ୍ଲକିଂ ଚେକିଂକୁ ଜୋରଦାର କରିଛି। ଶନିବାର ରାତିରେ ଭୁବନେଶ୍ବର ଖଣ୍ଡଗିରି, ରାମମନ୍ଦିର, ବଡଗଡ, ପଟିଆ, ନନ୍ଦନକାନନ, ମଞ୍ଚେଶ୍ବର ରାସ୍ତାରେ ସମସ୍ତ ଦୁଇ ଚକିଆ ଓ ୪ ଚକିଆ ଯାନ ଗୁଡିକୁ ଯାଞ୍ଚ କରିଛି ପୋଲିସ ।

   Related Posts