ଆକ୍ସନ ମୁଡ୍ରେ କମିଶନରେଟ୍ ପୋଲିସ : ୨୪ ଘଣ୍ଟା ଭିତରେ ରାଜଧାନୀରେ ଚାରୋଟି ଏନ୍କାଉଣ୍ଟର, ନେକ୍ସଟ ଟାର୍ଗେଟ୍ କିଏ ?
4/08/2019 at 5:52 PM

ଭୁବନେଶ୍ବର ୪|୮: ଆକ୍ସନ ମୁଡ୍ରେ କମିଶନରେଟ୍ ପୋଲିସ । ୨୪ ଘଣ୍ଟା ଭିତରେ ରାଜଧାନୀରେ ଚାରୋଟି ଏନକାଉଣ୍ଟର । ରାଜଧାନୀରେ ଯେଭଳି ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ତାକୁ ନଜରରେ କମିଶନରେଟ୍ ପୋଲିସ ଆରମ୍ଭ କରିଛି ଅପରାଧୀ କ୍ଲିନ୍ ସୁଇପ୍ ଅପରେସନ । ଆଉ ଏଥିପାଇଁ ଏନକାଉଣ୍ଟରକୁ ଅସ୍ତ୍ର କରିଛି କମିଶନରେଟ୍ ପୋଲିସ ।

ଏନକାଉଣ୍ଟର ପରେ ଏନକାଉଣ୍ଟର । ୨୪ ଘଣ୍ଟା ଭିତରେ ରାଜଧାନୀରେ ଚାରୋଟି ଏନକାଉଣ୍ଟର । ଶୁକ୍ରବାର ବିଳମ୍ବିତ ରାତି ବାଲିପାଟଣା ଥାନା ଏରିଆରେ ଡବଲ ଏନକାଉଣ୍ଟର ପରେ ଶନିବାର ବରଗଡ ଥାନା ଅଧିନସ୍ଥ ଚିଲିପୋଖରୀ ନିକଟରେ ପୁଣି ଡବଲ ଏନକାଉଣ୍ଟର । ହାର୍ଡକୋର ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ । ରାଜଧାନୀରେ ଯେଭଳି ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ତାକୁ ନଜରରେ ରଖି କମିଶନରେଟ ପୋଲିସ ଆରମ୍ଭ କରିଛି ଅପରାଧୀ କ୍ଲିନ ସୁଇପ ଅପରେସନ । ଆଉ ଏଥିପାଇଁ ଏନକାଉଣ୍ଟରକୁ ଅସ୍ତ୍ର କରିଛି କମିଶନରେଟ ପୋଲିସ । କେବଳ ସେତିକି ନୁହେଁ । ଏହା ଆରମ୍ଭ ମାତ୍ର । ପୋଲିସ ତାଲିକାରେ ରହିଛନ୍ତି ଏମିତି ବହୁ ଅପରାଧୀ । ସେମାନେ ନିଜେ ନିଜେ ନସୁଧୁରୁଲେ ସେମାନଙ୍କ ଠିକଣା ହେବ କଟକ ବଡ ମେଡିକାଲ । ଏହି ସଂକେତ ମଧ୍ୟ ଦେଇଛି କମିଶନରେଟ ପୋଲିସ ।

ଘଟଣାଟି ଥିଲା ଏମିତି…
ଶନିବାର ବିଳମ୍ବିତ ରାତି । ଉତ୍ତରା ଛକ ନିକଟ ଏକ ଫ୍ଲାଟରେ କିଛି ଅପରାଧୀ ମେଳ ହୋଇଥିଲେ । ଏହି ଅପରାଧୀ ରସୁଲଗଡ ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସଂସ୍ଲିଷ୍ଟ ଥିବା ଜାଣିବାକୁ ପାଇଥିଲା କମିଶନରେଟ ପୋଲିସ । ଆଉ ତା ପରେ ସେହି ଫ୍ଲାଟରେ ଚଢାଉ କରିଥିଲା ଧଉଳୀ ଥାନା ପୋଲିସ ଓ ସ୍ବେସାଲ ସ୍ବାର୍ଡ । ତେବେ ସେଠାରୁ ଖସି ପଳାଇଥିଲେ ଅପରାଧୀ ।

ସମୟ ପାଖି ପାଖି ୨ ବାଜି ୪୫ ମିନିଟ୍ । ବରଗଡ ଥାନା ଅଧିନସ୍ଥ ଚିଲିପୋଖରୀ କେନାଲ ରୋଡ ନିକଟରେ ବଡଗଡ ଥାନା ପୋଲିସ ପୋଲିସ ଓ ସ୍ବେସାଲ ସ୍ବାର୍ଡ ସହ ମୁହାଁ ମୁହିଁ ହୋଇଥିଲେ ଦୁଇ ଅପରାଧୀ । ଉଭୟଙ୍କ ମଧ୍ୟରେ ହୋଇଥିଲା ଫାୟାର ଏକ୍ସଚେଞ୍ଚ । ପୋଲିସ ଗୁଳିରେ ଦୁଇ ଅପରାଧୀ ଆହତ ହୋଇଥିଲେ । ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଥିଲା । ଜଣେ ଆଠଗଡର ସିପୁନ କବି । ଅନ୍ୟ ଜଣେ ହେଉଛି ନିଆଳିର ହରିକୃଷ୍ଣ ସ୍ବାଇଁ । ବର୍ତମାନ କଟକ ବଡ ମେଡିକାଲ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ପୋଲିସର ସୂଚନା ଅନୁସାରେ ଏହି ଦୁଇ ଜଣ ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସଂସ୍ଲିଷ୍ଟ । ସେପଟେ ଶୁକ୍ରବାର ପୋଲିସ ଯେଉଁ ଦୁଇ ଜଣଙ୍କୁ ଏନକାଉଣ୍ଟର କରିଥିଲା । ସିପୁନ କବି ଓ ହରିକୃଷ୍ଣ ସ୍ବାଇଁ ସେହି ଗ୍ୟାଙ୍ଗର । ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଭୁବନେଶ୍ବର ଡିସିପ ଅନୁପ କୁମାର ସାହୁ କହିଛନ୍ତି ।

ସେପଟେ ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀ ବେଆଇ ମଦ କାରବାରରେ ଜଡିତ । ଶନିବାର ବିଳମ୍ବିତ ରାତି ଉତ୍ତରା ନିକଟ ଯେଉଁ ଫ୍ଲାଟରେ ଅପରାଧୀ ଥିଲେ । ପୋଲିସ ସେଠାରେ ଚଢାଉ କରି ବେଆଇନ ମଦବୋତଲ ଜବତ କରିଛି । ସେଠାରେ ବିଭିନ୍ନ ବ୍ରାଣ୍ଡାର ନକଲି ମଦ ପ୍ୟାକିଂ କରୁଥିଲେ ଅପରାଧୀ । ସେଠାରୁ ମଦବତଲ ସହ , ନକଲି ଷ୍ଟିକର ଜବତ କରିଛି । ଅନ୍ୟପଟେ ସେ ଫ୍ଲାଟର ମାଲିକ ଦେବାଶିଷ ଦାସ ଫେରାର ଅଛି । ତାକୁ ଗିରଫ କରିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭୁବନେଶ୍ବର ଡିସିପ ଅନୁପ କୁମାର ସାହୁ କହିଛନ୍ତି ।
ଏନକାଉଣ୍ଟରକୁ ଅସ୍ତ୍ର କରିଛି କରିଛି କମିଶନରେଟ ପୋଲିସ । ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର କରି ଚାଲିଛି । ତେବେ ପୋଲିସ କେତେ ପରିମାଣରେ ତାର ଏହି ମିଶନରେ ସଫଳ ହେଉଛି ତାହା ସମୟ କହିବ ।