ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ : ଚେକିଂ ଏବଂ ବ୍ଲକିଂ ଜୋରଦାର

Published By : Prameya-News7 Bureau | August 09, 2019 IST

ଭୁବନେଶ୍ବର ୯|୮: ରାଜଧାନୀ ଭୁବନେଶ୍ବର ତଥା ଆଖପାଖ ଅଞ୍ଚଳରେ ଜୋରଦାର ହୋଇଛି ଚେକିଂ ଏବଂ ବ୍ଲକିଂ । ଅପରାଧୀଙ୍କ ଉପରେ ଲଗାମ କଷିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯାଇଛି । ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ବଡ଼ଗଡ଼ ଆଦି ଅଞ୍ଚଳରେ ବ୍ୟାପକ ହୋଇଛି ତଲାସି ଅଭିଯାନ ।

{"id":142447}

ଗତକାଲି ରାତିରେ ଗଙ୍ଗପଡ଼ା ଟୋଲ ଗେଟ୍ ନିକଟରେ ଚେକିଂ ଚାଲୁଥିବା ସମୟରେ ୩୫କେଜି ଗଞ୍ଜେଇ ଜବତ ହୋଇଛି । ଏକ କାରରେ ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ବର ଆସୁଥିଲା । କମିଶନର ସତ୍ୟଜିତ୍ ମହାନ୍ତିଙ୍କ ନିର୍ଦ୍ଦେଶ ପରେ ଏବେ ଆକ୍ସନ ମୋଡରେ ରହିଛି କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.