ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କମିଶନରେଟ୍ ପୋଲିସର ପ୍ଲାଗ୍ ମାର୍ଚ୍ଚ, ଆଜିଠୁ ବିଭିନ୍ନ ବୁଥ୍‌କୁ ଯିବେ ପୋଲିଂ ପାର୍ଟି

Published By : Prameya-News7 Bureau | April 21, 2019 IST

ଭୁବନେଶ୍ବର ୨୧|୪: ତୃତୀୟ ପର୍ଯ୍ୟାୟରେ କମିଶନରେଟ୍ ପୋଲିସ ଅଧୀନରେ ୩ଟି ଲୋକସଭା ଓ ୯ଟି ବିଧାନସଭା ଆସନରେ ମତଦାନ ହେବ । ତେଣୁ ନିର୍ବାଚନକୁ ସୁରୁଖୁରରୁରେ ସାରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥି ସହିତ ଆଜି ରାଜଧାନୀରେ ପୋଲିସ ପକ୍ଷରୁ ପ୍ଲାଗ୍ ମାର୍ଚ୍ଚ କରାଯାଇଛି ।

{"id":105594}

ଅତି ଉତ୍ତେଜନାପ୍ରବଣ ବୁଥରେ ସ୍ବତନ୍ତ୍ର ଏସିପିଙ୍କୁ ଦାୟିତ୍ବ ଦିଆଯାଇଛି । ଇଭିଏମ୍ ପୁଲିଂ ବୁଥରେ ପଠାଯିବା, ଭୋଟିଂ ଏବଂ ଏହାପରେ ଇଭିଏମେ ସବୁ କଡା ସୁରକ୍ଷା ମଧ୍ୟରେ ରଖିବା ଏସବୁ ଦାୟିତ୍ବ ରହିବେ କମିଶନରେଟ୍ ପୋଲିସ ।

{"id":105596}

ସେପଟେ ଭୁବନେଶ୍ବର ଲୋକସଭା ଆସନ ଅଧିନ ସମସ୍ତ ବୁଥକୁ ପୋଲିଂ ପାର୍ଟି ଏବଂ ଇଭିଏମ୍ ପଠାଯିବାର ବ୍ୟବସ୍ଥା ହୋଇଛି । ବିଜେବି କଲେଜରୁ ପୋଲିଂ ପାର୍ଟି ବିଭିନ୍ନ ବୁଥଗୁଡିକୁ ଯିବା ପାଇଁ ବହାରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.