Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଚୌଦ୍ବାର ଜେଲ୍‌ରେ କମିଶନରେଟ୍ ପୋଲିସର ଚଢାଉ

14/03/2019 at 2:54 PM

ଚୌଦ୍ବାର ୧୪|୩ : ଚୌଦ୍ବାର ଜେଲରେ କମିଶନରେଟ୍ ପୋଲିସ ଚଢାଉ କରିଛି ।ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ନେତୃତ୍ବରେ କଟକ ଓ ଭୁବନେଶ୍ବର ଡିସିପି,୧୨ଟି ଥାନାର ଆଇଆଇସି, ୫ ପ୍ଲାଟୁନ ପୋଲିସଙ୍କ ସହ ଆଜି ଅପରାହ୍ନ୧୨ଟା ସମୟରେ ଜେଲ୍ ଉପରେ ଚଢ଼ାଉ କରିଥିଲେ।

ଗତ ୯ ତାରିଖରେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶୁଭ୍ରାଂଶୁ ଦାସର ସନ୍ଦେହଜନକ ଭାବେ ମୃତ୍ୟ ହୋଇଥିଲା।ମୃତ କଏଦୀଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବାର ଚୌଦ୍ବାର ଥାନାରେ ଅଭିଯୋଗ ହୋଇଥିଲା । ମୃତ ଶୁଭ୍ରାଂଶୁ ଓରଫ ଟନି କିଛିଦିନ ତଳେ ଜେଲ୍ ମଧ୍ୟରେ ଚାଲିଥିବା ଅବାଧ ନିଶା କାରବାର ବିଷୟରେ ଏକ ଭିଡିଓ ଭାଇରାଲ କରିଥିଲେ।ସେଥିପାଇଁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ସ୍ଲୋ ପଏଜନ ଦେଇ ହତ୍ୟା କରିଥିବାର ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା। ଘଟଣାର ତଦନ୍ତ କରାଯିବ ବୋଲି କଟକ ଡିସିପି ପ୍ରତିଶୃତି ଦେଇଥିଲେ।ଆଜିର ଚଢ଼ାଉ ପଛରେ ଜେଲରେ ଚାଲିଥିବା ନିଶା କାରବାରର ପର୍ଦ୍ଦାଫାସ ଉଦେଶ୍ୟ ଥିବା ଜଣାପଡିଛି।

   Related Posts