ଧଳା ଜହର କାରବାରରେ ଯୁବତୀ ଓ ଶିଶୁ, ଧରିବାକୁ କମିଶନରେଟ ପୋଲିସର ବ୍ଲୁ ପ୍ରିଣ୍ଟ

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର୬|୨: ନିଶା ବେପାରୀଙ୍କୁ ଧରିବ କମିଶନରେଟ ପୋଲିସ । ଏ ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା କାରବାର ଉପରେ ରୋକ ଲଗାଇବ କମିଶରେଟ ପୋଲିସ । ଏହାକୁ ନେଇ ମିଶନ ଆରମ୍ଭ କରିଛି କ୍ୟୂଏଟି ।

{"id":82504}

ଆକ୍ସନ ମୁଡରେ କମିସନରେଟ ପୋଲିସ । ବନ୍ଧା ହେବେ ବ୍ରାଉନ ସୁଗାର ବ୍ୟବାସାୟୀ । ରାଜଧାନୀର ଗଳିକନ୍ଦିରୁ ଖୋଜି ଖୋଜି ସେମାନଙ୍କୁ ବାହାର କରିବ ପୋଲିସ । ହାତକଡା ପକାଇ ଜେଲରେ ପୁରାଇବ । ଏ ନେଇ ବ୍ଲୁ ପ୍ରିଣ୍ଟି ପ୍ରସ୍ତୁତ କରିଛି କମିସନରେଟ ପୋଲିସ । ଆଉ କୁଇକ ଆକ୍ସନ ଟିମକୁ ଦିଆଯାଇଛି ଦାୟିତ୍ବ । କ୍ୟୁଏଟି ଟିମ ମଧ୍ୟ ମିଶନ ଆରମ୍ଭ କରିଦେଇଛି । ଗତ ଦୁଇ ମାସ ଭିତରେ ୫ ରୁ ଅଧିକ ବ୍ରାଉନଗୁଗାର ଗ୍ୟାଙ୍ଗକୁ ଧରିଛି କ୍ୟୁଏଟି ।

{"id":82505}

ରାଜଧାନୀରେ ଏବେ ନିଶା କାରବାରର ତରିକା ବଦଳିଛି । ବ୍ରାଉନ ସୁଗାର ହେଉ ଅବା ଗଞ୍ଜେଇ,  ମହିଳାଙ୍କୁ  ଏଥିରେ ସଂସ୍ଲିଷ୍ଟ  କରାଯାଉଛି । ଏପରିକି ଛୋଟ ଛୋଟ ପିଲାମାନେ ସ୍ମଗ୍ଲିଂ କାରବାର କରୁଛନ୍ତି । ରାଜଧାନୀର ବସ୍ତି ଅଞ୍ଚଳରେ ଏହି କାରବାର ଚାଲୁଛି । ଯାହାକୁ ରୋକିବା ଚ୍ୟାଲେଞ୍ଜ ।

{"id":82506}

ରାଜଧାନୀକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ କମିଶରେଟ ପୋଲିସ ଉଦ୍ୟମ କରୁଛି । ହେଲେ ନିତିଦିନ ଆସୁଛି ନିଶା କାରବାରର ଖବର । କେତେବେଳେ ଗଞ୍ଜେଇ ଜବତ ହେଉଛି ତ ପୁଣି କେବେ ଧରାପଡୁଛି ଧଳ ଜହର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.