Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଗୋଲ୍‌ଡେନ ବାବା ଗିରଫ ; ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

31/12/2018 at 3:24 PM

ଭୁବନେଶ୍ବର ୩୧|୧୨: ଗୋଲ୍‌ଡେନ ବାବା ଗିରଫ । ଦିଲ୍ଲୀରୁ ଗୋଲ୍‌ଡେନ ବାବାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ୧୨ କୋଟି ଟଙ୍କାର ଜାଲ୍ ଚେକ୍‌ ବ୍ୟାଙ୍କରେ ଜମା କରୁଥିବା ବେଳେ ଧରା ପଡିଲେ ଗୋଲଡେନ୍ ବାବା । ସନ୍ଦେହରେ ବ୍ୟାଙ୍କ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେଇଥିଲା । ଗୋଲଡେନ୍ ବାବାଙ୍କ ପ୍ରକୃତ ନାଁ ହେଉଛି ଜ୍ୟୋତିରଞ୍ଜନ ବେଉରିଆ ।

ସୂଚାନ ଅନୁସାରେ ବଡବିଲ ସ୍ଥିତ ଏନଏସ ଏଣ୍ଟରପ୍ରାଇଜେସ୍‌କୁ ୧୧୦ କୋଟି ଟଙ୍କା ଅର୍ଥ ଲଗାଣ ପାଇଁ ସେ ଚୁକ୍ତି କରିଥିଲେ । ଚୁକ୍ତି କରିବା ପରେ ଏନଏସ କମ୍ପାନୀ ତାଙ୍କୁ ୧୨ଟି ଚେକ୍ ଦେଇଥିଲା । ଯେଉଁ ଚେକ୍ ଗୁଡିକୁ ସେ ୨୦୨୮ମସିହାରେ ଲଗାଇବା କଥା ମାତ୍ର ସେ ୧.୧.୨୦୧୯ରେ ସେହି ଚେକ୍ କୁ ଫ୍ରଡ କରି ୧୨କୋଟି ଟଙ୍କାର ଏକ ଚେକ୍ ଲଗାଇଥିଲେ । ଯେଉଁ ବ୍ୟାଙ୍କ୍ ରେ ସେ ଚେକ୍ ଟି ଲଗାଇଥିଲେ ସେହି ବ୍ୟାଙ୍କ୍ ଅଧିକାରୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା । ତେଣୁ ସେ କମିଶନରେଟ୍ ପୋଲିସକୁ ଖବର ଦେଇଥିଲେ । ଚନ୍ଦ୍ରଶେଖରପୁର ଥାନା ପୋଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି । ଏହିଭଳି ବିଭିନ୍ନ କମ୍ପାନୀରେ ଅର୍ଥ ଲଗାଣ ପାଇଁ ମଧ୍ୟ ସେ ଚୁକ୍ତି କରିଥିବା ଜଣାପଡିଛି । ତେବେ ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା କେଉଁଠି କେଉଁଠି ସେ ଅର୍ଥ ଲଗାଣ କରିଛନ୍ତି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

   Related Posts