ଗାଡି ବିନା ଅଚଳ ବାବୁଙ୍କୁ ପୋଲିସ ପାହାର : ବାଇକ ପାଇଁ ୨ହଜାର, କାର୍ ପାଇଁ ୫ହଜାର
7/04/2020 at 9:21 AM

ଭୁବନେଶ୍ୱର ୦୭।୦୪: ଟ୍ବିନ୍ ସିଟିରେ ଅମାନିଆଙ୍କୁ ସାବାଡ଼ କରିବ ପୋଲିସ । ସଟ୍ ଡାଉନ୍ ପରେ ଏବେ ଲକ୍ ଡାଉନ୍ ଚାଲିଛି । କଣ୍ଟାକ୍ଟ ଟ୍ରେସିଂ ପାଇଁ ଭୁବନେଶ୍ବର, କଟକ ଏବଂ ଯାଜପୁରରେ ୪୮ ଘଣ୍ଟା ସଟ ଡାଉନ୍ କରାଯିବା ପରେ ଗତକାଲି ଠାରୁ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ କହିଛି କମିଶନରେଟ ପୋଲିସ ।
ଏପରିକି ଘରୁ ଗାଡ଼ି ବାହାର ନକରିବା ପାଇଁ ଲୋକଙ୍କୁ କହିଛନ୍ତି ପୋଲିସ କମିଶନର । ଗତକାଲି ଟ୍ବିନ ସିଟିର ବିଭିନ୍ନ ସ୍ଥାନରେ ଲୋକେ ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଉଭୟ ସ୍ଥାନରେ ପୋଲିସ ଗତକାଲି ମୋଟ ୨୪୪୭ଟି ଗାଡ଼ି ଜବତ କରିଛି । ତେବେ ଆଜିଠାରୁ ଗାଡ଼ି ଜବତ କରିବା ପରିବର୍ତ୍ତେ ପୋଲିସ ଫାଇନ୍ ଆଦାୟ କରିବ ବୋଲି ନିଷ୍ପତି ନେଇଛି । ବାଇକ୍ ଗୁଡ଼ିକରୁ ୨ ହଜାର ଏବଂ ପ୍ରତି କାର ପିଛା ୫ ହଜାର ଲେଖାଏଁ ଫାଇନ୍ ଆଦାୟ କରାଯିବ ବୋଲି ନିଷ୍ପତ୍ତି ନେଇଛି ପୋଲିସ ।