Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ: ବିନା ପୋଷାକ ଓ ବିନା ରସିଦରେ କାଟୁଛନ୍ତି ଫାଇନ୍‌

30/09/2021 at 12:12 PM

କରଞ୍ଜିଆ ୩୦।୦୯: ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ARTO ମନୋଜ କୁମାର ଟପ୍ପୋ ପରିବହନ କମିଶନରଙ୍କ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରିଛନ୍ତି।

ଖବର ଅନୁଯାୟୀ, କରଞ୍ଜିଆ ଯଶୀପୁର ଠାରୁ ସିଙ୍ଗଡ଼ା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବିଶୋଇ ଓ ବାଙ୍ଗିରିପୋଷି ମଧ୍ୟରେ ଜଣେ ଘରୋଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗାଡି ଅଟକାଉଛନ୍ତି ।  ଗୋଟିଏ ସାଧା କାଗଜରେ କିଛି ଲେଖି ଗାଡି ଡ୍ରାଇଭରଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି । କମିଶନରଙ୍କ ନିୟମ ଅନୁସାରେ ସେହି ଅଧିକାରୀ ରାଜପଥ ଉପରେ ଯାଞ୍ଚ କରିପାରିବେ କି ଯିଏ ବିଭାଗୀୟ ପୋଷାକ ଧାରଣ କରିଥିବେ । ଡାହାଣ ପଟ ଛାତିରେ ତାଙ୍କର ନାମ ସହ କେଉଁ ପଦବୀରେ ରହିଥିବେ । ତାହା ଉଲ୍ଲେଖ ରହିବ । ତେବେ ଏଭଳି ନିୟମକୁ ଫୁ କରିଛନ୍ତି ରାଇରଙ୍ଗପୁର ARTO । ସାଧା ପୋଷାକରେ ରହି ଜଣେ ଘରୋଇ ସୁରକ୍ଷାକର୍ମୀଙ୍କୁ ନେଇ ରାଜପଥ ଉପରେ ଗାଡ଼ିଗୁଡିକୁ ଯାଞ୍ଚ କରୁଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

 ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାଇରଙ୍ଗପୁର କାର୍ଯ୍ୟାଳୟରେ ଆବଶ୍ୟକ ମୁତାବକ MVI ପଦାଧିକାରୀ ରହିଥିବା ବେଳେ  ARTO ମନୋଜ ଟପ୍ପୋ କାହିଁକି ନିୟମକୁ ଉଲଙ୍ଘନ କରି ରାଜପଥ ଉପରେ ରହି ଗାଡି ଯାଞ୍ଚ କରୁଛନ୍ତି । ତାହା ପୁଣି ସାଧା କାଗଜରେ ଚିଠା ଦେଉଥିଲେ ।  ତାହା ଏବେ ତଦନ୍ତ ସାପେକ୍ଷ । ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ରାଇରଙ୍ଗପୁର ARTO ମନୋଜ ଟପ୍ପୋ ମନା କରିଛନ୍ତି।

ସେପଟେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମତାମତା ନେବାକୁ ଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କେହି କହିବାକୁ ରାଜି ହୋଇନଥିଲେ ।

   Related Posts