Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରାଜଧାନୀରେ ଅପହରଣ ଘଟଣାର ଖିଅ ଖୋଜୁଛି କମିଶନରେଟ୍ ପୋଲିସ

8/06/2019 at 6:32 PM

ଭୁବନେଶ୍ବର ୮।୬: ରାଜଧାନୀରେ ଗୋଟେ ପରେ ଗୋଟେ ଅପହରଣ ଘଟଣା ଘଟିଚାଲିଛି। ବାଣୀବିହାର ଫ୍ଲାଏ ଓଭର ଉପରେ ଏକ ଦୁର୍ଘଟଣାଗ୍ରସ୍ତ କାର ଭିତରୁ ଜଣେ ଯୁବକଙ୍କୁ ଉଦ୍ଧାର କରିବା ପରେ ତାଙ୍କର ବୟାନ ଆଧାରରେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ।

ଅପହରଣ ପଛର କାହାଣୀ କ’ଣ ?  କିଏ, କାହାକୁ, କେମିତି ଆଉ କାହିଁକି ଅପହରଣ କରିଥିଲା ? ଅବଶ୍ୟ ସବୁ ପ୍ରଶ୍ନର ଉତ୍ତର ଏବେ କମିଶନରେଟ୍‌ ପୋଲିସ ପାଖରେ ନାହିଁ । ହେଲେ ଦୁର୍ଘଟଣାଗ୍ରସ୍ତ କାର୍‌ ଭିତରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ ଶିବ ପ୍ରସାଦ ଦାସଙ୍କ ବୟାନ ଆଧାରରେ ଅଡ଼ୁଆ ସୂତାର ଖିଅ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ । ଶିବ ପ୍ରସାଦଙ୍କ ଘର ଭୁବନେଶ୍ବର କଳିଙ୍ଗବିହାର ଏନ-୧ରେ । ଶୁକ୍ରବାର ରାତିରେ ସେ ତାଙ୍କ ଗାଡ଼ି ଭିତରେ ଶୋଇଥିବା ବେଳେ ହଠାତ୍‌ ୬ଜଣ ଯୁବକ ଏକ ଇନୋଭା କାର୍‌ରେ ଆସି ତାଙ୍କୁ ତାଙ୍କ ଗାଡ଼ି ସହ ଅପହରଣ କରିନେଇଥିଲେ ।

ସେମାନେ ତାଙ୍କୁ ଫ୍ଲାଏଓଭର ଦେଇ ନେଇଯାଉଥିବା ବେଳେ ଆରଟିଓ ଚେକିଂ ଦେଖି ହଠାତ୍‌ ବ୍ରେକ୍‌ ମାରିବାରୁ ପଛପଟୁ ଆସୁଥିବା ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ଦୁର୍ବୃତ୍ତଙ୍କ କାର୍‌ ଏବଂ ଶିବ ପ୍ରସାଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମଉକା ଦେଖି ଖସିଯାଇଥିଲେ ଦୁର୍ବୃତ୍ତମାନେ । ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଭିତରୁ ଶିବ ପ୍ରସାଦଙ୍କୁ ଉଦ୍ଧାର କରିବା ସହ ପୋଲିସ ୨ଟି ପିସ୍ତଲ ପାଇଛି ।  ପୋଲିସ ତଦନ୍ତ ପରେ ଜଣାପଡ଼ିଛି ଶିବ ପ୍ରସାଦ ଅନ୍‌ଲାଇନ୍‌ ଟ୍ରେଡିଂ କରନ୍ତି । ଏମିତିରେ ଟଙ୍କା ଦେଣନେଣକୁ ନେଇ ମଧ୍ୟ କେହି ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥାଇପାରନ୍ତି । ହେଲେ ରାତିରେ ଶିବ ପ୍ରସାଦ କାହିଁକି ଘରେ ନଶୋଇ ଗାଡ଼ି ଭିତରେ ଶୋଇଥିଲେ ତାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ସନ୍ଦେହ । ପୋଲିସ ଶିବ ପ୍ରସାଦଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ମଧ୍ୟ ପଚରାଉଚରା କରିଛି ।

   Related Posts