'ମା' କାଳୀ'ଙ୍କ ଛବିକୁ ନେଇ ବ୍ୟବସାୟୀକରଣ: କାର୍ଯ୍ୟାନୁଷ୍ଠାନ ଦାବି କଲେ ଭଦ୍ରକ ଜିଲ୍ଲାର ବିଭିନ୍ନ ସଂଗଠନ

Published By : Prameya-News7 Bureau | November 01, 2020 IST

ଭଦ୍ରକ୧/୧୧:  ପୁଣି ଧର୍ମକୁ ନେଇ ବ୍ୟବସାୟୀକରଣ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି। ଦେବାଦେବୀଙ୍କ ଫୋଟୋକୁ କଦର୍ଯ୍ୟ କରିବା ସହ ଅଶାଳୀନ ଭାବେ ବିଭିନ୍ନ ପୋଷାକରେ ଚିତ୍ରଣ କରୁଛନ୍ତି। ଏହି ଚିତ୍ରିତ ପୋଷାକ ଗୁଡିକୁ କେତକ ନାମୀ ଦାମୀ କମ୍ପାନୀ ନିଜ ଓ୍ବେବସାଇଟ୍ ମାଧ୍ୟମରେ ବିକ୍ରି କରୁଛନ୍ତି।

{"id":354362,"sizeSlug":"large"}

 ବ୍ୟବସାୟରେ ଲାଭ ହେଉ କିମ୍ବା ଧର୍ମୀୟ ଭାବନାକୁ ଆଘାତ କରିବାର ଚିନ୍ତା ଧାରାକୁ ଯାହା ଏବେ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ କରିଛି। ହିନ୍ଦୁ ଦେବାଦେବୀଙ୍କ ଅଶାଳୀନ ଚିତ୍ରିତ ଚିତ୍ରକୁ ନେଇ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ସଂଗଠନ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକକାଳୀଙ୍କ ସେବାୟତମାନେ ମଧ୍ୟ ବିରୋଧ କରିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ବିଦେଶୀ କମ୍ପାନୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରିବା ସହିତ ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ।

ତେବେ ମା ଭଦ୍ରକାଳୀଙ୍କ ସେବାୟତ କହିଛନ୍ତି ଏହା ନିନ୍ଦାଜନକ , କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ପୂଜା କମିଟି ବୈଠକରେ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.