ନୂଆଦିଲ୍ଲୀ : କମର୍ସିଆଲ ଭେଇକିଲ ଚଳାଉଥିଲେ ଡ୍ରାଇଭର ଆଉ ଲୁଙ୍ଗି, ବାନିୟନ ପିନ୍ଧି ଚଳେଇପାରିବେନି। ଯଦି ଏଭଳି ଅବସ୍ଥାରେ ବାହନ ଚଳାଇ ଯାଉଥିବା ବେଳେ ଆରଟିଓ କି ଟ୍ରାଫିକ ଯାଞ୍ଚରେ ପଡନ୍ତି ତେବେ ଡ୍ରାଇଭରଙ୍କ ଡ୍ରେସ କୋଡ ପାଇଁ ବଡ ଚାଲାଣ କଟିଯାଇପାରେ। ସଂଶୋଧିତ ମୋଟର ଯାନ ଆଇନ-୨୦୧୯ରେ ଡ୍ରେସକୋଡ ପ୍ରତି ସେତିକି ଗୁରୁତ୍ୱ ଦିଆଯାଇଛି ଯେତିକି ସୁରକ୍ଷା ପ୍ରତି ଦିଆଯାଇଛି। ଏଣୁ ଯାହାତାହା ପିନ୍ଧି ଟ୍ରକ ଚଳାଉଥିବା ଡ୍ରାଇଭରମାନେ ଏଣିକି ବାହନ କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଭଳି ସେମାନଙ୍କର ପୋଷାକକୁ ମଧ୍ୟ ଯତ୍ନରେ ପିନ୍ଧିବାକୁ ପଡିବ।
{"id":155388}ଡ୍ରାଇଭର ଯଦି ଉପଯୁକ୍ତ ଡ୍ରେସ କୋଡରେ ନଥାନ୍ତି ତେବେ ଟ୍ରାଫିକ ପୋଲିସ ୨ହଜାର ଟଙ୍କାର ଅତିରିକ୍ତ ଚାଲାଣ କାଟିଦେଇପାରନ୍ତି। ତେବେ ପୁରୁଣା ମୋଟରଯାନ ଆଇନରେ ବି ଏହି ପ୍ରାବଧାନ ଥିଲା। ହେଲେ ଏହାକୁ ଏତେ କଡାକଡି ପାଳନ କରାଯାଉନଥିଲା। ଏଣୁ ଦକ୍ଷିଣ ଭାରତୀୟଙ୍କ ସାଙ୍ଗକୁ ଉତ୍ତର ଭାରତୀୟ ଡ୍ରାଇଭର ଲୁଙ୍ଗି ବାନିୟନ ପିନ୍ଧି ଟ୍ରକ୍ ଧରି ଦେଶର ଜାତୀୟ ରାଜମାର୍ଗରେ ଦୌଡୁଥିବା ପ୍ରାୟତଃ ଦେଖାଯାଉଥିଲା।
{"id":155389}ଏମଭି ଆକ୍ଟରେ ଡ୍ରେସ୍ କୋର୍ଡ ୧୯୩୯ ମସିହାରୁ ପ୍ରଚଳିତ। ଇଂରେଜ ସରକାର ଅମଳରୁ ଦେଶରେ ଲାଗୁଥିବା ଆଇନପ୍ରତି ପରେ ଧ୍ୟାନ ଦିଆଯାଇନଥିଲା। ଫଳରେ ସ୍ୱଚ୍ଛନ୍ଦରେ ଡ୍ରାଇଭରମାନେ ଯା ଇଛା ତା ପିନ୍ଧି ବାହନ ଚଳାଉଥିଲେ। ତେବେ ୧୯୮୯ରେ ଆଇନ ସଂଶୋଧନ ବେଳେ ଡ୍ରେସକୋଡରେ ଚାଳକ ନଥିଲେ ୫ଶହ ଟଙ୍କା ଜରିମାନା ପ୍ରାବଧାନ ଥିଲା। ତେବେ ନୂଆ ଆଇନରେ ସେକ୍ସନ ୧୭୯ରେ ଏଥିଲାଗି ୨ ହଜାର ଟଙ୍କା ଜରିମାନା କରାଯାଇଛି। ଟ୍ରକ୍ ଭଳି ଟ୍ରାକ୍ଟର ଓ ଅନ୍ୟ ଭାରି ବାହନ ପାଇଁ ମଧ୍ୟ ଏହି ଆଇନ ପ୍ରଯୁଜ୍ୟ। ଡ୍ରାଇଭରଙ୍କ ଭଳି ବାହନର ହେଲ୍ପରଙ୍କ ଲାଗ ମଧ୍ୟ ଏହି ଡ୍ରେସ୍ କୋଡ ପ୍ରଯୁଜ୍ୟ। ସ୍କୁଲବାହନ ଡ୍ରାଇଭର ବି ଡ୍ରେସକୋଡ ପାଳନ କରିବା ନୂଆ ଆଇନରେ ଜରୁରି କରାଯାଇଛି।