କରୋନା ଯୋଗୁ ସମ୍ପ୍ରସାରିତ ହେଲା ଅନ୍ତର୍ଜାତୀୟ ଉଡାଣ ପ୍ରତିବନ୍ଧକ, ଜୁଲାଇ ୩୧କୁ ଘୁଞ୍ଚିଲା

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୩।୭:   ଦେଶରେ ଉଗ୍ର ହୋଇଛି କରୋନା ଭାଇରସ ମହାମାରୀ ସଂକ୍ରମଣ। ଏଣୁ ଅନ୍ତର୍ଜାତୀୟ ଉଡାଣ ପ୍ରତିବନ୍ଧକ ସମ୍ପ୍ରସାରଣ ଲାଗି କେନ୍ଦ୍ର ସରକାର ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଜୁଲାଇ ୧୫ ତାରିଖରେ ଏ ନେଇ ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଥିଲା। ତେବେ ଶୁକ୍ରବାର ନିଷ୍ପତ୍ତିରେ ଏହାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

{"id":295306,"sizeSlug":"large"}

ଗତ ଜୁନ ୨୬ ତାରିଖରେ ଡିଜିସିଏ ଜାରି କରିଥିବା ବିଜ୍ଞପ୍ତିକୁ ପରିବର୍ତ୍ତନ କରିଛନ୍ତି।  ତେବେ ଏହି ସମୟରେ କାର୍ଗୋ ବିମାନ ଚଳାଚଳ ସ୍ୱଭାବିକ ରହିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି। କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ୍‌ ଜାରି ହୋଇଥିଲା। ସେବେଠାରୁ ଦେଶରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବନ୍ଦ ହୋଇଥିଲା। ତେବେ ଘରୋଇ ଗନ୍ତବ୍ୟରେ ଏବେ ବିମାନ ଚଳାଚଳ କରୁଥିଲେ ହେଁ ଅନ୍ତର୍ଜାତୀୟ ଉଡାଣ ଏବେ ମଧ୍ୟ ଆରମ୍ଭ ହୋଇ ନାହିଁ।

{"id":295307,"sizeSlug":"large"}

ଜୁନ୍ ମାସରେ ଦେଶରେ ସଂକ୍ରମଣ ହାର ବଢିବା ଆରମ୍ଭ କରିଥିଲା। ଏବେ କ୍ରମଶଃ ବଢିବାରେ ଲାଗିଛି। ଦୈନିକ ନୂଆ ନୂଆ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲାଣି। ଏଥିରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ନିଷ୍ପତ୍ତି ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଡିଜିସିଏ ଡିଡିଜି ସୁନୀଲ କୁମାର ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.