Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ନୂଆ ମୂଲ୍ୟ

2/02/2020 at 9:42 AM

ନୂଆଦିଲ୍ଲୀ ୨।୨: ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୨୨୪.୯୮ ଟଙ୍କା ମହଙ୍ଗା ହୋଇଛି । ଏବେ ବାଣିଜ୍ୟିକ ସିଲିଣ୍ଡର ପ୍ରତି ୧୫୫୦.୦୨ ଟଙ୍କା ଦେବାକୁ ପଡିବ । ବର୍ଦ୍ଧିତ ଦର ଶନିବାରଠାରୁ ଲାଗୁ ହୋଇଛି ।

ସେହିଭଳି ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ୫ମାସ ହେଲା ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଚଳିତ ମାସ ଏଥିରେ ରୋକ୍ ଲାଗିଛି । ମାସିକ ମୂଲ୍ୟ ପରିବର୍ତ୍ତନରେ ଘରୋଇ ଗ୍ୟାସ୍ ସିଲିଣ୍ଡର (୧୪.୨କେ.ଜି.) ବଜାର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଫଳରେ ଫେବୃଆରୀ ମାସରେ ଉପଭୋକ୍ତା ଘରୋଇ ଗ୍ୟାସ୍ ସିଲିଣ୍ଡର (୧୪.୨କେ.ଜି.) ୭୪୯ ଟଙ୍କାରେ କ୍ରୟ କରିବେ । ଉପଭୋକ୍ତାଙ୍କୁ ଖାତାକୁ ୨୩୮.୧୦ ଟଙ୍କା ସବସିଡି ଟଙ୍କା ଫେରିବ । ସେହିଭଳି ୧୯ କେ.ଜି. ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତା ୧୫୫୦.୦୨ ଟଙ୍କାରେ କ୍ରୟ କରିବେ ।

୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୦୧୯ ମସିହା ନଭେମ୍ବର ମାସରେ ୭୧୬.୫୦ ଟଙ୍କା ଥିବାବେଳେ ଡିସେମ୍ବର ମାସରେ ୭୩୦ ଟଙ୍କା, ୨୦୨୦ ମସିହା ଜାନୁଆରୀ ମାସରେ ୭୪୯ଟଙ୍କା ରହିଥିଲା । ସେହିଭଳି ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୦୧୯ ମସିହା ନଭେମ୍ବର ମାସରେ ୭୧୬.୫୦ ଟଙ୍କା ଥିବାବେଳେ ଡିସେମ୍ବର ମାସରେ ୧୨୯୫.୫୦ ଟଙ୍କା, ୨୦୨୦ ମସିହା ଜାନୁଆରୀ ମାସରେ ୧୩୨୫ଟଙ୍କା ରହିଥିଲା ।

ସେହିଭଳି ୫ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୦୧୯ ମସିହା ନଭେମ୍ବର ମାସରେ ୨୬୪.୫୦ ଟଙ୍କା ଥିବାବେଳେ ଡିସେମ୍ବର ମାସରେ ୨୬୯ ଟଙ୍କା, ୨୦୨୦ ମସିହା ଜାନୁଆରୀ ମାସରେ ୨୭୬ଟଙ୍କା ରହିଥିଲା ।

   Related Posts