Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଅନଲାଇନ୍ କ୍ଲାସରେ ଶିକ୍ଷୟତ୍ରୀଙ୍କୁ ମାରିଲେ କମେଣ୍ଟ, ସ୍କୁଲ ଡକାଇ ଛାତ୍ରଙ୍କୁ ଛେଚା, ଭିଡିଓ ଭାଇରାଲ

1/09/2020 at 9:23 PM

ବାଗପତ ୦୧।୦୯: ଉତ୍ତର ପ୍ରଦେଶର ବାଗପତରେ ଏକ ଘରୋଇ ସ୍କୁଲରେ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ବାଡିରେ ପିଟୁଥିବା ଜଣେ ଶିକ୍ଷୟତ୍ରୀଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏସପିଙ୍କ ପାଖରେ ମାମଲା ପହଞ୍ଚିବା ପରେ ପୋଲିସ ସକ୍ରିୟ ହୋଇ ଉଠିଛି। ଏସପିଙ୍କ ଆଦେଶ ପରେ  ବାଗପତ ପୋଲିସ ଇନ୍ସପେକ୍ଟର ସ୍କୁଲ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ଏହି ଘଟଣାରେ କୋତବାଲି ଥାନାରେ କେହି ହେଲେ ଅଭିଯୋଗ କରି ନାହାନ୍ତି। ପୋଲିସ ଅଧିକାରୀ ତଦନ୍ତ ପୂରା ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓ ଦିଲ୍ଲୀ-ସହାରନପୁର ରାଜମାର୍ଗ ସ୍ଥିତ ଏକ ଘରୋଇ ସ୍କୁଲର ହୋଇଥିବା କୁହାଯାଇଛି। ଭିଡିଓରେ ଜଣେ ଶିକ୍ଷୟତ୍ରୀ ହାତରେ ବାଡି ଧରି ପ୍ରଥମେ ଛାତ୍ରଙ୍କୁ ପଚାରୁଛନ୍ତି ଏବଂ ଏହା ପରେ ବାଡିରେ ପିଟୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ କୋଠରୀରେ ଥିବା ଅନ୍ୟ ଲୋକ ମଧ୍ୟ ଶିକ୍ଷୟତ୍ରୀଙ୍କୁ ଛାତ୍ରଙ୍କୁ ଆହୁରି ପିଟିବା ପାଇଁ ଉସୁକାଉଥିବା ଶୁଣିବାକୁ ମିଳିଛି। କୁହାଯାଉଛି ଅନଲାଇନ୍ କ୍ଲାସରେ ଛାତ୍ର ମହିଳା ଶିକ୍ଷକଙ୍କୁ କମେଣ୍ଟ କରିଥିଲେ, ଏହା ପରେ ତାଙ୍କୁ ସ୍କୁଲ ଡକାଯାଇ ପିଟା ଯାଇଛି। ମଙ୍ଗଳବାର ଭିଡିଓ ଭାଇରାଲ ମାମଲାରେ ବାଗପତ କୋତବାଲି ପୋଲିସର ଇନ୍ସପେକ୍ଟର ଓମପାଲ ସିଂହ ଏସପି ମନିଷ ମିଶ୍ରଙ୍କ ଆଦେଶରେ ତଦନ୍ତ ଆରମ୍ଭ କରିଛନ୍ତି।

   Related Posts