ପିଲାଙ୍କ କମେଣ୍ଟମରାରୁ ୨ ପରିବାର ମାର୍‌ପିଟ୍,‌ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ଆହତ

Published By : Prameya-News7 Bureau | July 31, 2020 IST

ଭୁବନେଶ୍ୱର୩୧/୭: ଡିସିପି ଅଫିସ୍‌ ପଛପାଶ୍ୱର୍ ଭୋଇ ନଗରରେ ଛୋଟ ପିଲାଙ୍କ କମେଣ୍ଟମରା ରୁ ୨ ପରିବାର ମଧ୍ୟରେ ମାର୍‌ପିଟ୍‌ ଘଟିିଛି । ବହ୍ଲା ଓ କାଠଫାଳିଆ ମାଡ଼ରେ ୨ ପରିବାରର ୪ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ, ଅଲେଖ ପାଗଳ(୬୦), ତାଙ୍କ ସ୍ତ୍ରୀ ଓ ପୁତୁରା ପୂର୍ଣ୍ଣଚନ୍ଦ୍ର ପାଗଳ । ଅନ୍ୟ ପରିବାରର ସୀମାଞ୍ଚଳ ବି ଗୁରୁତର ଆହତ ହୋଇଛନ୍ତି । ଏନେଇ ସହିଦନଗର ଥାନାରେ ଦୁଇ ପକ୍ଷରୁ ପୃଥକ ମାମଲା ହୋଇଛି ।

ସୂଚନା ମୁତାବିକ, ଅଲେଖ ଓ ସୀମାଞ୍ଚଳ ଭୋଇନଗର ବସ୍ତିରେ ରୁହନ୍ତି । ନଳା ପାଣି ଯିବାକୁ କେନ୍ଦ୍ର କରି ଦୁଇ ପରିବାରରେ ପୂର୍ବରୁ ଶତ୍ରୁତା ଥିଲା । ଏନେଇ ସହିଦନଗର ଥାନାରେ ପ୍ରଥମେ ଅଭିଯୋଗ ଓ ପରେ ଆପୋଷ ବୁଝାମଣା ବି ହୋଇଛି । କିନ୍ତୁ ଦୁଇ ପରିବାର ପ୍ରତିଶୋଧ ପରାୟଣ ହୋଇ ରହିଥିଲେ । ଆଜି ରାତି ୯ଟାରେ ଅଲେଖଙ୍କ ପରିବାରର ଜଣେ ନାବାଳକ ସୀମାଞ୍ଚଳଙ୍କ ପୁଅକୁ କମେଣ୍ଟ ମାରିଥିଲେ ।

ଏକଥା ସୀମାଞ୍ଚଳ ଜାଣିବା ପରେ ପରିବାର ଅନ୍ୟ ସଦସ୍ୟ ଶ୍ରୀତମ୍‌, ସନ୍ତୋଷୀ ଏକାଠି ହୋଇ ଅଲେଖ ଓ ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ମାଡ଼ ମାରିଥିଲେ । ପରେ ପୂର୍ଣ୍ଣଚନ୍ଦ୍ର ବହ୍ଲା ଯୋଗେ ସୀମାଞ୍ଚଳଙ୍କୁ ଆକ୍ରମଣ କରିବା ପରେ ନିଜେ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଜରିଆରେ ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଅଲେଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ପଠାଯାଇଛି । ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.