Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ମହିଳା କମାଣ୍ଡୋଙ୍କ ସାହସକୁ ସଲାମ୍ : ମା’ ହେଲେ ନକ୍ସଲ ବିରୋଧୀ ମୋର୍ଚ୍ଚା କମାଣ୍ଡୋ, ଆଇଜି କହିଲେ ‘ବାଘୁଣୀ ଘରେ ତ ବାଘୁଣୀ ହିଁ ଜନ୍ମ ନେବ’

8/06/2020 at 11:05 AM

ରାୟପୁର ୦୮/୦୬ : ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡାରୁ ଏକ ଖୁସି ଖବର ଆସିଛି | କମାଣ୍ଡୋ ସୁନେନା ପଟେଲ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ଗର୍ଭବତୀ ଥିବା ସତ୍ତ୍ୱେ ସୁନେନା ନକ୍ସଲ ବିରୋଧୀ ମୋର୍ଚ୍ଚା କରିଥିଲେ | ନକ୍ସଲଙ୍କ ବିରୋଧରେ ଲଢ଼ିବା ପାଇଁ ସୁନେନା ପଟେଲ ଦାନ୍ତେଶ୍ୱରୀ ଫିତର ଟିମ ଲିଡର ଭାବେ ଯଏନ କରିଥିଲେ | ସେତେବେଳେ ସେ ୨ ମାସର ଗର୍ଭବତୀ ଥିଲେ | ଗର୍ଭବତୀ ଥାଇ ମଧ୍ୟ ସେ ଲଗାତାର ମୋର୍ଚ୍ଚାରେ କାମ କରୁଥିଲେ | ଛୁଟି ନେବା ପାଇଁ ଅଧିକାରୀ ତାଙ୍କୁ ପରାମର୍ଶ ଦେଇଥିଲେ କିନ୍ତୁ ସେ ଛୁଟି ନେଇନଥିଲେ | ଏକେ-୪୭ ଏବଂ ଅନ୍ୟ ଅସ୍ତ୍ର ତଥା ୧୦ କିଲୋଗ୍ରାମର ବ୍ୟାଗ ପିଠିରେ ବୋହି ପାଟ୍ରୋଲିଂ କରୁଥିଲେ | ଜଣେ ଅଧିକାରୀ କହିଛନ୍ତି ସମସ୍ତଙ୍କୁ ସୁନେନା ଓ ତାଙ୍କ ଗର୍ଭସ୍ଥ ଶିଶୁର ଚିନ୍ତା ହେଉଥିଲା | ସୁନେନାଙ୍କ ଏହି ସାହସ ଅନ୍ୟ ମହିଳାଙ୍କୁ ନକ୍ସଲ ବିରୋଧୀ ଫୋର୍ସରେ ସାମିଲ ହେବାକୁ ପ୍ରେରଣା ଯୋଗାଇବା ବୋଲି ସେ କହିଛନ୍ତି | ଶିଶୁ ଜନ୍ମ ଦେବା ଖବର ଜଣାପଡିବା ପରେ ସୋସିଆଲ ମିଡ଼ିଆରେ ଲୋକେ ଉଭୟ ମା ଓ ଶିଶୁ କନ୍ୟାର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି |

ଆଇଜି ଦୀପନସୂ କାବ୍ରା ଟ୍ୱିଟ କରି କହିଛନ୍ତି ଯେ, ଆଜିର ଦିନ କମାଣ୍ଡୋ ସୁନେନାଙ୍କ ନାଁରେ | ସେ ଗର୍ଭାବସ୍ଥାରେ ମଧ୍ୟ ଦାନ୍ତେୱାଡାର କୋର ନକ୍ସଲ ଅଞ୍ଚଳରେ ପାଟ୍ରୋଲିଂ କରିଛନ୍ତି | ତାଙ୍କର ଏହି ଦାୟିତ୍ୱ ଓ ସାହସ ଅନୁକରଣୀୟ | ଆଇଜି ସୁନେନା ଓ ତାଙ୍କ ଶିଶୁ କନ୍ୟାକୁ ସୁଦୀର୍ଘ ଜୀବନ ପାଇଁ ଶୁଭକାମନା ଦେଇଛନ୍ତି |

ସୁନେନା କହିଛନ୍ତି ଯେ, କମାଣ୍ଡୋ ଟ୍ରେନିଂ ପରେ ଟିମକୁ ଲିଡ଼ କରିବା ଦାୟିତ୍ୱ ତାଙ୍କୁ ମିଳିଥିଲା | କିଛି ଦିନ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଗର୍ଭବତୀ ଅଛନ୍ତି | ଯଦି ସେତେବେଳେ ସେ ଅଧିକାରୀଙ୍କୁ ତାଙ୍କ ଗର୍ଭବତୀ ହେବା କଥା କହିଥନାତେ ତାହେଲେ ଅଧିକାରୀ ତାଙ୍କୁ ଅପରେସନରେ ଯିବାକୁ ବାରଣ କରିଥାନ୍ତେ | କିନ୍ତୁ ସେ ନିଜ ଦାୟିତ୍ୱ ସଠିକ ଭାବେ ବହନ କରିବାକୁ ଚାହୁଁଥିଲେ | ସେଥିପାଇଁ ଆଗରୁ ସେ ନିଜ ଗର୍ଭବତୀ ଥିବା କଥା କାହାକୁ କହିନଥିଲେ ଏବଂ ଯେପର୍ଯ୍ୟନ୍ତ ଲୁଚେଇ ପାରିବେ ଲୁଚେଇଥିଲେ | କିନ୍ତୁ ପରେ ଅଧିକାରୀ ଜାଣିବାକୁ ପାଇଥିଲେ |

୨୦୧୯ ମସିହା ମେ ମାସରେ ପୋଲିସକର୍ମୀ ଓ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ମିଶାଇ ମହିଳା ଡ଼ିଆରଜି ଟିମ ଗଠନ କରାଯାଇଥିଲା | ସେହି ଟିମରେ ସୁନେନା ମଧ୍ୟ ସାମିଲ ଅଛନ୍ତି | ଦାନ୍ତେୱାଡା ରାଜ୍ୟର ଏକ ମାତ୍ର ଜିଲ୍ଲା ଯେଉଁଠାରେ ମହିଳା ଡ଼ିଆରଜି ଟିମ ରହିଛି ଯିଏ ନକ୍ସଲ ଅପରେସନ ପାଇଁ ଜଙ୍ଗଲକୁ ଯାଇଥାନ୍ତି | ଏହି ଟିମରେ ସାମିଲ ହେବା ପରେ ପରେ ସୁନେନା ଗର୍ଭବତୀ ହୋଇଥିଲେ |

   Related Posts