Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଦୁଇ ହାତ ବାନ୍ଧି ହାଜର କରାଇଲେ, ଚାଲିଲା ପ୍ରଜାକୋର୍ଟ… ଏହି ପରି ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ କୋବ୍ରା ଯବାନ ରାକେଶ୍ଵର ମନହାସ୍

8/04/2021 at 7:28 PM

ବିଜାପୁର ୦୮।୦୪: ବିଜାପୁରରେ ୬ ଦିନ ପୂର୍ବେ ଅପହୃତ କୋବ୍ରା ଯବାନ ରାକେଶ୍ଵର ସିଂହ ମନହାସଙ୍କୁ ମାଓବାଦୀ ମୁକ୍ତ କରିଛନ୍ତି। ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ଵରଙ୍କୁ ବିଜାପୁର ସିଆରପିଏଫ କ୍ୟାମ୍ପ ଅଣାଯାଇଛି। ଶନିବାର ଛତିଶଗଡର ବିଜାପୁରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ମାଓବାଦୀ ମନହାସଙ୍କୁ ଅପହରଣ କରି ନେଇଥିଲେ। ମାଓବାଦୀଙ୍କ ଆକ୍ରମଣରେ ୨୩ ଯବାନ ସହିଦ୍ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ। ରାକେଶ୍ଵର ସିଂହଙ୍କ ମୁକ୍ତ ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି।

ରାକେଶ୍ଵରଙ୍କୁ ଛାଡିବା ପୂର୍ବରୁ ମାଓବାଦୀ ପ୍ରଥମେ ପ୍ରଜାକୋର୍ଟ କରିଥିଲେ। ଘଞ୍ଚ ଜଙ୍ଗଲରେ କରିଥିବା ପ୍ରଜାକୋର୍ଟରେ ମନହାସଙ୍କୁ ବାନ୍ଧି ହାଜର କରାଯାଇଥିଲା। ଏହି ସମୟରେ ମାଓବାଦୀଙ୍କ ସହ ଶତାଧିକ ଗାଁ ଲୋକେ ଉପସ୍ଥିତ ଥିଲେ। ରାକେଶ୍ଵରଙ୍କ ଦୁଇ ହାତ ବାନ୍ଧି ପ୍ରଜକୋର୍ଟରେ ହାଜର କରାଯାଇଥିଲା। ପ୍ରଜାକୋର୍ଟରେ ଏକାଧିକ ମଧ୍ୟସ୍ଥଙ୍କ ଉପସ୍ଥିତିରେ ରାକେଶ୍ଵରଙ୍କୁ ମାଓବାଦୀ ଛାଡିଥିବା ଜଣା ପଡିଛି।

ସୂଚନା ଅନୁଯାୟୀ, ୨୧୦ତମ କମାଣ୍ଡୋ ବାଟାଲିୟନ ଫର ରିଜଲ୍ୟୁଟ୍ ଆକ୍ସନ(କୋବ୍ରା)ର କନଷ୍ଟେବଳ ରାକେଶ୍ଵର ସିଂହ ମନହାସଙ୍କ ମୁକ୍ତି ପାଇଁ ଛତିଶଗଡ ସରକାରଙ୍କ ଦ୍ଵାରା ଦୁଇ ପ୍ରମୁଖ ବ୍ୟକ୍ତିଙ୍କୁ ମାଓବାଦୀଙ୍କ ସହ ଆଲୋଚନା ଦାୟିତ୍ଵ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା ନାମିତ ଦୁଇ ସଦସ୍ୟ ଦଳରେ ଜଣେ ସଦସ୍ୟ ଜନଜାତୀୟ ସମୁଦାୟର ଥିବା ବେଳେ ଅନ୍ୟ ଜଣେ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତି ଥିଲେ। ବିଜାପୁରର ଏସପି କହିଛନ୍ତି ଯେ, ରାକେଶ୍ଵର ସିଂହଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ।

ମାଓବାଦୀ ଯବାନଙ୍କ ମୁକ୍ତ ପାଇଁ ସରକାରଙ୍କୁ ମଧ୍ୟସ୍ଥ ଦେବାକୁ ଦାବି କରିଥିଲେ। ନକ୍ସଲ ମଙ୍ଗଳବାର ପ୍ରେସ୍ ରିଲିଜ୍ ଜାରି କରି କହିଥିଲେ ଯେ, ସେମାନଙ୍କ ଆକ୍ରମଣରେ ୨୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ  ଘଟିଥିବା ବେଳେ ୩୧  ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଯବାନଙ୍କ ପ୍ରତି ଆକ୍ରମଣରେ ତାଙ୍କ ୪ ସାଥୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ କହିଥିଲେ। ନିଖୋଜ ଥିବା ଜଣେ ଯବାନ ସେମାନଙ୍କ କବଜାରେ ଅଛନ୍ତି। ଯଦି ସରକାର ମଧ୍ୟସ୍ଥ ଦେବେ ତେବେ ସେମାନେ ବନ୍ଧକ ଯବାନଙ୍କୁ ଛାଡି ଦେବେ। ପ୍ରଥମେ ମଧ୍ୟସ୍ଥଙ୍କ ଜରିଆରେ  ଆଲୋଚନା ହେବ। ସେ ଯାଏ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ। ଏଥିପାଇଁ ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ମାଓବାଦୀ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଥିଲେ।

ଜାମ୍ମୁରେ ରାକେଶ୍ଵର ସିଂହ ମନହାସ୍‌ଙ୍କ ଘରେ ଉତ୍ସବର ମାହୋଲ ରହିଛି। ତାଙ୍କ ପତ୍ନୀ ମିନୁ କହିଛନ୍ତି ଯେ, ତାଙ୍କୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି ଯେ, ତାଙ୍କ ସ୍ଵାମୀ ସୁରକ୍ଷିତ ଭାବେ ମାଓବାଦୀଙ୍କ କବଳରୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି। ତାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଛି। ନିଜ ଜୀବନରେ ଆଜି ସବୁଠୁ ଖୁସିର ଦିନ ବୋଲି କହିଛନ୍ତି ଯବାନଙ୍କ ପତ୍ନୀ। ତାଙ୍କୁ ପୂର୍ଣ୍ଣ ବିଶ୍ଵାସ ଥିଲା ଯେ, ସ୍ଵାମୀ ସକୁଶଳ ଘରକୁ ଫେରିବେ ବୋଲି ମିନୁ  କହିଛନ୍ତି।

   Related Posts