ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମିଆଁମାର ପ୍ରତିରକ୍ଷା ସେବା ମୁଖ୍ୟ ବରିଷ୍ଠ ଜେନେରାଲ ଅଙ୍ଗ ଲାଇଙ୍ଗ

Published By : Prameya-News7 Bureau | July 30, 2019 IST

ନୂଆଦିଲ୍ଲୀ ୩୦|୭: ମିଆଁମାର ପ୍ରତିରକ୍ଷା ସେବା ମୁଖ୍ୟ ବରିଷ୍ଠ ଜେନେରାଲ୍ ଅଙ୍ଗ ଲାଇଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ନିକଟରେ   ଅନୁଷ୍ଠିତ ସଂସଦୀୟ   ନିର୍ବାଚନରେ   ସଫଳତା  ପାଇଁ   ପ୍ରଧାନମନ୍ତ୍ରୀଙ୍କୁ   ବରିଷ୍ଠ ଜେନେରାଲ ଅଭିନନ୍ଦନ ଜଣାଇଥିଲେଗ୍ଧ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ହୋଇଥିବା ଦ୍ରୁତ ପ୍ରଗତି ଏବଂ ପ୍ରତିରକ୍ଷା ଓ ନିରାପତା ସହଯୋଗ କ୍ଷେତ୍ର ସମେତ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଥିବା ଅଭିନବ ସମ୍ପର୍କର ସାମଗ୍ରିକ ଗଭୀରତା ବିଷୟରେ ସେ ଉଲ୍ଲେଖ କରିଥିଲେ ।

ମିଆଁମାର ଗସ୍ତ ସମୟରେ ତାଙ୍କୁ ଦିଆଯାଇଥିବା ଉଦାର ଆତିଥେୟ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନ, ସାମର୍ଥ୍ୟ ବିକାଶ, ପ୍ରତିରକ୍ଷା ସମ୍ପର୍କ ଓ ସାମୁଦ୍ରିକ ସହଯୋଗ ସହିତ ଅର୍ଥନୈତିକ ଏବଂ ବିକାଶ ସହଯୋଗ ବିଷୟରେ ସେ ଉଲ୍ଲେଖ କରିଥିଲେ । ମିଆଁମାର ସହିତ ଅଭିନବ ଦ୍ବିପାକ୍ଷିକ ସହଭାଗୀତାକୁ ଆହୁରି ନିବିଡ଼ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.