କାମ କରୁନି ସି-ଭିଜିଲ ଆପ୍, ଅଭିଯୋଗ ପରେ ମଧ୍ୟ ହେଉନି କାର୍ଯାନୁଷ୍ଠାନ
6/04/2019 at 4:27 PM

କଟକ୬|୪: ନିର୍ବାଚନକୁ ସ୍ବଚ୍ଛ ଏବଂ ଅବାଧ କରିବାକୁ ନିର୍ବାଚନ କମିଶନ ଆପଣେଇଛନ୍ତି ନୂଆ ବ୍ୟବସ୍ଥା । ପ୍ରଚାର କିମ୍ବା ଭୋଟ୍ ବେଳେ କୌଣସି ଅନିୟମିତତା ନଜରକୁ ଆସିଲେ ଲୋକେ ସଙ୍ଗେ ସଙ୍ଗେ ଅଭିଯୋଗ କରିପାରିବେ । ଏଥିପାଇଁ ସି-ଭିଜିଲ୍ ଆପ୍ ପ୍ରଚଳନ କରାଯାଇଛି । କିନ୍ତୁ ଏହି ଆପ୍ କାମ କରୁନଥିବା ଅଭିଯୋଗ ଆସିଛି । ଆଉ ଯେଉଁଠି କାମ କରୁଛି ସେଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । …

ନିର୍ବାଚନୀ ପ୍ରଚାର ହେଉ କିମ୍ବା ଭୋଟ୍ ବେଳର ଅନିୟମିତତା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିପାରିବେ ସାଧାରଣ ଲୋକେ ଓ ରାଜନୈତିକ କର୍ମୀ । ଏଥିପାଇଁ ନିର୍ବାଚନ କମିଶନ ସି-ଭିଜିଲ୍ ନାମକ ଆପ୍ ପ୍ରଚଳନ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଲୋକେ ବେଆଇନ୍ ପୋଷ୍ଟର, ଟଙ୍କା କାରବାର ଏବଂ ପୋଲିଂ ବେଳେ ଅନିୟମିତତା ନେଇ ଅଭିଯୋଗ କରିପାରିବେ । ଆଉ ଅଭିଯୋଗର ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନ ଏଭଳି କିଛି ପ୍ରଚାର କରିଥିଲେ । ମାତ୍ର ଏହି ଆପ୍ ଏବେ କାମ କରୁନଥିବା କଟକ ଜଗତପୁର ଓ ଚୌଦ୍ବାର ଅଞ୍ଚଳର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଆପକୁ ନେଇ ଲୋକେ ଆଉ କଣ ସବୁ କହୁଛନ୍ତି ଆସନ୍ତୁ ଶୁଣିବା ।

ଲୋକଙ୍କ ଅଭିଯୋଗ ଅନୁଯାୟୀ କିଛି ମୋବାଇଲରେ ଏହି ଆପ୍ ଡାଉନଲୋଡ୍ ହେଉନି । ଆଉ ଯେଉଁ ମୋବାଇଲରେ ଡାଉନଲୋଡ ହେଉଛି ସେଥିରେ ଫଟୋ କିମ୍ବା ଭିଡିଓ ଅପଲୋଡ୍ କରି ହେଉନି । କାଁ ଭାଁ ଅଭିଯୋଗ ଦର୍ଜ ହେଲେ ବି କାର୍ଯ୍ୟାନୁଷ୍ଠାନ ହେଉନି । ସେପଟେ କିନ୍ତୁ ଏଭଳି ଅଭିଯୋଗକୁ ମାନିବାକୁ ନାରାଜ କଟକ ଜିଲ୍ଲାପାଳ । କଟକ ଜିଲ୍ଲାରେ ଏଥର ୨୨୪୬ଟି ବୁଥ ପ୍ରତିଷ୍ଠା କରାଯାଇଛି । ୩୫୦ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସାଲେପୁର, ନିଆଳି ଓ କଟକ-ବାରବାଟୀ ବିଧାନସଭା ଆସନକୁ ନିର୍ବାଚନୀ ଖର୍ଚ୍ଚ ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ଏଗୁଡିକରେ ଯେଭଳି ଭାବରେ କୌଣସି ଅନିୟମିତତା ନହୁଏ ସେନେଇ ଦୃଷ୍ଟି ରଖିବାକୁ ସି ଭିଜିଲ୍ ଆପ୍ ବେଶ ସହାୟକ ହୋଇପାରିବ। ମାତ୍ର ଏହା ସଠିକ୍