ଜୁଲାଇ ୨୧ରେ ପୃଥିବୀର ଅତି ନିକଟତର ହେବ ଧୂମକେତୁ Neo wise

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯।୭: ପ୍ରାୟ ୬ହଜାର ୭୬୬ ବର୍ଷ ପରେ ପୃଥିବୀର ନିକଟତର ହୋଇଛି ଧୂମକେତୁ ସି-୨୦୨୦-ଏଫ-୩। ନିଓ ୱାଇଜ୍ ଭାବେ ଜଣା ଏହି ଧୂମକେତୁ ଦେଖିବା ଲାଗି ଦେଶର ଲୋକେ ଏବେ ଖୁବ୍ ଉତ୍ସାହି। ତେବେ ଯେଉଁମାନେ ଧୂମକେତୁକୁ ଏପର୍ଯ୍ୟନ୍ତ ଦେଖି ନାହାନ୍ତି ସେମାନଙ୍କ ଲାଗି ୨୧ ଜୁଲାଇ ମଙ୍ଗଳବାର ନିଶ୍ଚିତ ଭାବେ ଏକ ସୁଯୋଗ ହୋଇପାରେ। କାରଣ ସେଦିନ ପୃଥିବୀର ଅତି ନିକଟତର ହେବ ନିଓ ୱାଇଜ୍‌।

{"id":302544,"width":581,"height":360,"sizeSlug":"large"}

ସେଦିନ ଧୂମ କେତୁ ପୃଥବୀଠାରୁ ୧୦.୩କୋଟି କିଲୋମିଟର ଦୂରରେ ପହଞ୍ଚିବ। ଆରମ୍ଭରୁ ଧୂମକେତୁ ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବାକାଶରେ ଦେଖାଯାଉଥିଲା।  ହେଲେ ଏବେ ସୂର୍ଯ୍ୟାସ୍ତର ୨୦ ମିନିଟ୍‌ ପରେ ଦେଖାଯାଉଛି। ସୌର ମଣ୍ଡଳକୁ ଅତିକ୍ରମ କରୁଥିବା ଏହି ଧୂମକେତୁ ଗତ ଜୁଲାଇ ୧୦ ତାରିଖରୁ ଆକାଶରେ ଦେଖାଦେଲାଣି। ଏହାକୁ ଆମେ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଦେଖିପାରିବା।

{"id":302545,"sizeSlug":"large"}

ଗତ ମାର୍ଚ୍ଚ ମାସରେ ନାସା ଟେଲିସ୍କୋପ ପ୍ରଥମେ ମହାକାଶରେ ଧୂମକେତୁକୁ ଠାବ କରିଥିଲା। ପରେ କ୍ରମଶଃ ସୌର ମଣ୍ଡଳ ନିକଟତର ହେବାରୁ ଏହାକୁ ଏବେ ଖାଲି ଆଖିରେ ଦେଖି ହେଉଛି। ନାସା ସୂଚନା ଅନୁସାରେ ଏହି ଧୂମକେତୁର ଚୌଡା ପ୍ରାୟ ୫ କିଲୋମିଟର ହୋଇଥିବା ବେଳେ ଗଭୀର କୌଇଲା ଅବଶେଷରେ ଢାଙ୍କି ହୋଇ ରହିଛି।

{"id":302546,"sizeSlug":"large"}

ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଧୂମକେତୁର ପୁଛ ସୋଡିୟମର। ଏଣୁ ଅନ୍ୟ ଧୂମକେତୁମାନଙ୍କ ଅପେକ୍ଷା ଏହା ଅଧିକ ଚମକଦାର ବୋଲି ଖଗୋଳବିଦ୍‌ମାନେ କହିଛନ୍ତି। ଧୂମକେତୁ ଅଗଷ୍ଟମାସରୁ ସୌରମଣ୍ଡଳଠାରୁ ଦୂରକୁ ଯିବାରେ ଲାଗିବ। ଏଣୁ କ୍ରମଶଃ ଆଉ ଦେଖାଯାଇ ନପାରେ। ଏଣୁ ଖଗୋଳିୟ ଘଟଣାକ୍ରମକୁ ନେଇ ଆଗ୍ରହୀ ଲୋକେ ୨୧ ଜୁଲାଇର ସୂଯୋଗକୁ ହାତଛଡା କରିବା କଥା ନୁହେଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.