ହସାଉଥିଲେ ମାତ୍ର ୩୨ବର୍ଷ ବୟସରେ ସମସ୍ତଙ୍କୁ ଝୁରିବାକୁ ଛାଡି ଚାଲିଗଲେ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ

Published By : Prameya-News7 Bureau | April 26, 2020 IST

କଟକ ୨୫ା୦୪: ଲୋକପ୍ରିୟ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡା ଆଉ ନାହାନ୍ତି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ ଶନିବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ସୌମ୍ୟଙ୍କ ଜନ୍ମ ଆଠଗଡ଼ ବ୍ଳକ ଅନ୍ତର୍ଗତ ରଥଗଡ଼ା ଅଞ୍ଚଳରେ । ସେ ସାରା ଓଡ଼ିଶାରେ ଜଣେ ଭଲ ହାସ୍ୟ କଳାକାର ଭାବେ ପରିଚିତ ଥିଲେ । ସେ ଅନେକ ଓଡ଼ିଆ ଫିଲ୍ମ ଏବଂ ଧାରାବାହିକରେ ଅଭିନୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ । ଖାସ୍‌ କରି ଜି ସାର୍ଥକରେ ପ୍ରସାରିତ ହେଉଥିବା ମି. ନନ୍‌ସେନ୍ସ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ।

{"id":260343,"sizeSlug":"large"}

କଲେଜ ଡ୍ରାମାରେ ଅଭିନୟ କରି ପିଲାଙ୍କୁ ଉତ୍ସାହିତ କରିବା ସହିତ ପରେ ପରେ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ଅଭିନୟ ଶିକ୍ଷା ଲାଭ କରିବା ପରେ ସେ ଆଉ ପଛକୁ ଫେରି ଚାହିନାହାନ୍ତି । ସେ ଅତ୍ୟନ୍ତ ଶାନ୍ତ ସ୍ୱଭାବର ପିଲା ହୋଇଥିବାବେଳେ ସମସ୍ତଙ୍କୁ ହସାଇବାର କଳା ବେଶ୍‌ ଜଣା ଥିଲା । ଆଜି ତାଙ୍କ ପରଲୋକରେ ଓଲିଉଡ୍‌ରେ ଗଭୀର ଶୋକରଛାୟା ଖେଳିଯାଇଛି । ଭୁବନେଶ୍ୱରରୁ ତାଙ୍କ ମରଶରୀର ଆଠଗଡ଼ ଫେରିବା ପରେ ସନ୍ଧ୍ୟାରେ ତାଙ୍କ ପରଲୋକ ଖବର ପାଇଁ ତାଙ୍କ ଆଠଗଡ଼ସ୍ଥିତ ବାସଭବନରେ ବହୁ ବ୍ୟକ୍ତି ଆସି ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.