୧୯ ବର୍ଷ ମଧ୍ୟରେ ୧୧୩ ଟି ଫିଲ୍ମ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ଏବେ ସଢୁଛନ୍ତି, ଦାରିଦ୍ର୍ୟରେ କାଟୁଛନ୍ତି ଜୀବନ

Published By : Prameya-News7 Bureau | August 27, 2019 IST

ମୁମ୍ବାଇ୨୭|୮: ହାସ୍ୟ କଳାକାର ରାଜପାଲ ଯାଦବଙ୍କୁ କିଏ ବା ଜାଣିନ୍ତିନାହିଁ। ତାଙ୍କ କମେଡି ସାରା ଦେଶରେ ଚର୍ଚ୍ଚିତ। ୧୯୯୯ ମସିହାରେ ଅଭିନେତା ରାଜପାଲ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ରାଜପାଲ ଏବେ ଯାଏଁ ପାଖାପାଖି ୧୧୩ଟି ଫିଲ୍ମରେ ଅଭିନୟ କରିସାରିଛନ୍ତି।

{"id":149511}

ତାଙ୍କ କମେଡି ଯୋଗୁଁ ଅନେକ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଫଲୋ କରନ୍ତି। ରାଜପାଲଙ୍କ କ୍ରେଜ୍‌ ଲୋକଙ୍କ ମଧ୍ୟରେ ଏତେ ଥିଲା ଯେ, ଗୋଟେ ବର୍ଷରେ ସେ ୧୦ଟି ଫିଲ୍ମ ସାଇନ୍‌ କରୁଥିଲେ। ହେଲେ ଏବେ ରାଜପାଲଙ୍କ ପରିସ୍ଥିତି ଦେଖି କେହି ବିଶ୍ବାସ କରିବେ ନାହିଁ ଯେ, ଶ୍ରେଷ୍ଠ ହାସ୍ୟ କଳାକାର ଏମିତି ଜୀବନ କାଟୁଛନ୍ତି।କିଛି ଦିନ ପୂର୍ବରୁ ରାଜପାଲ ଜେଲ ମଧ୍ୟ ଯାଇଥିଲେ। ଏବେ ସେ ତାଙ୍କ ଜୀବନ ଏକ ଅଜ୍ଞାତ ସ୍ଥାନରେ ବିତାଉଛନ୍ତି।   

{"id":149512}

୨୦୧୦ ମସିହାରେ ନିଜ ଫିଲ୍ମ ଅତା ପତା ଲାପତା ପାଇଁ ସେ ୫ କୋଟି ଟଙ୍କା କରଜ କରିଥିଲେ। ଯାହା ସେ ସୁଝିପାରିନଥିଲେ। ଏଥିପାଇଁ ତାଙ୍କୁ ୩ ମାସ ପାଇଁ ଜେଲ ଦଣ୍ଡ ହୋଇଥିଲା। ତାଙ୍କର ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଅସଫଳ ହୋଇଥିବାରୁ ରାଜପାଲଙ୍କ ଜୀବନ ନଷ୍ଟ ହୋଇଥିଲା। ଏବେ ରାଜପାଲ ଦରିଦ୍ରତାର ସମ୍ମୁଖିନ ହୋଇଛନ୍ତି ଓ ଏଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ତାଙ୍କୁ କେହି ସାହାଯ୍ୟ କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.