Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କମେଡ଼ିଆନ୍ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ ଦ୍ବିତୀୟ ବିବାହ କରିବାକୁ ରେଡ୍ଡି : ଏହି ଅଭିନେତ୍ରୀଙ୍କୁ କଲେ ପ୍ରପୋଜ

2/03/2020 at 1:37 PM

ମୁମ୍ବାଇ ୨/୩: ଖତରୋଁ କି ଖିଲାଡ଼ି ସିଜନ୍ ୧୦ ଆରମ୍ଭ ହୋଇସାରିଛି ଏବଂ ଏଥିରେ ଦେଖାଯାଉଥିବା ଷ୍ଟଣ୍ଟସ୍ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏତିରେ ଟାସ୍କଗୁଡ଼ିକୁ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠୁଛି। ସମସ୍ତ ପ୍ରତିଯୋଗୀ ପରସ୍ପରକୁ ଟାସ୍କରେ ଜୋରଦାର ଟକ୍କର ଦେଉଛନ୍ତି। ଶୋ ରେ ଭୟଙ୍କର ଟାସ୍କ ସହ ବହୁତ ମଜାଳିଆ ଜିନିଷ ମଧ୍ୟ ଦେଖିବାକୁ ମିଳୁଛି। ପ୍ରତିଯୋଗୀ ଟାସ୍କ ସମୟରେ ପରସ୍ପରକୁ ଥଟ୍ଟା କରୁଛନ୍ତି ଏବଂ ମସ୍ତି ମୁଡରେ ଦେଖାଯାଉଛନ୍ତି। ଶୋ ର ଏକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି ଯେଉଁଥିରେ କମେଡିଆନ୍ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ ଲିମ୍ବାଛିଆ ଟାସ୍କ କରିବା ସମୟ​ରେ ଅଭିନେତ୍ରୀ କରିଶ୍ମା ତନ୍ନାଙ୍କୁ ପ୍ରପୋଜ କରୁଥିବାର ନଜର ଆସିଛନ୍ତି।

 ହର୍ଷ ଏବଂ କରିଷ୍ମା ବହୁତ ଉପରକୁ ଚଢ଼ିଥିଲେ। ଦୁହେଁ ଏକ ପତଳା ପ୍ଲାଟଫର୍ମ ଉପରେ ଛିଡ଼ା ହୋଇଛନ୍ତି। ଏହି ଟାସ୍କ ସମୟରେ ମନୋରଞ୍ଜନର ତଡ଼କା ଲଗାଇବା ପାଇଁ ହର୍ଷ,କରିଶ୍ମାଙ୍କୁ ପ୍ରପୋଜ କରୁଛନ୍ତି,ଯାହା ଫଳରେ ଉଭୟଙ୍କ ମାଇଣ୍ଡ ଡାଇଭର୍ଟ ହୋଇପାରିବ। ହର୍ଷ କହୁଛନ୍ତି,‘ତୁମ ସହ ମୋର ଦ୍ବିତୀୟ ବିବାହ ହେବ,କମ୍ ଟୁ ମି ବେବି’। କରିଶ୍ମା ମଧ୍ୟ କହୁଛନ୍ତି ଯେ ସେ ସାତ ସମୁଦ୍ର ପାର କରି ତାଙ୍କ ପାଖକୁ ଆସିଛନ୍ତି’।

ଏହି ଶୋ ରେ କରିଶ୍ମା ତନ୍ନା,ରାନୀ ଚାଟାର୍ଜୀ,କରଣ ପଟେଲ୍,ଆରଜେ ମଲିଷ୍କା,ଅଦା ଖାନ୍,ଶିବିନ ନାରଙ୍ଗ,ଧର୍ମେଶ ୟେଲାନ୍ଦେ,ବଲରାଜ ସ୍ୟାଲ,ତେଜସ୍ବୀ ପ୍ରକାଶ,ଅମୃତା ଖାନଭିଲକର ଅଛନ୍ତି।

   Related Posts