ସ୍ବାମୀ ମଦ ନ ପିଇବାରୁ କାନ୍ଦିଲେ କମେଡ଼ି କୁଇନ୍ ଭାରତୀ ସିଂହ : ଭିଡିଓ ଭାଇରାଲ୍

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୩/୪: କମେଡ଼ି କୁଇନ୍ ଭାରତୀ ସିଂହ ସେଲ୍ଫ ଆଇସୋଲେସନରେ ରହି ମଧ୍ୟ ଲଗାତାର ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି,ଯେଉଁଥିରେ ସେ ନିଜ ସ୍ବାମୀଙ୍କୁ ମଦ ପିଇବା ବିଷୟରେ ପଚାରୁଥିବା ନଜର ଆସିଛନ୍ତି। ନିଜ ଭିଡିଓରେ ଭାରତୀ ସିଂହ ତାଙ୍କ ସ୍ବାମୀଙ୍କୁ ପଚାରୁଛନ୍ତି କ’ଣ ହୋଇଛି ଆଜିକାଲି ଆପଣ ପିଉ ନାହାନ୍ତି,ଛାଡ଼ି ଦେଲେ କି? ଏଥିରେ ଭାରତୀ ସିଂହଙ୍କ ସ୍ବାମୀ ଉତ୍ତର ଦେଉଛନ୍ତି ଦୋକାନ ବନ୍ଦ। ଭାରତୀ ସିଂହଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହା ସହିତ ଲୋକେ ଏଥିରେ ଖୁବ୍ କମେଣ୍ଟ ଦେଉଛନ୍ତି।

wp:core-embed/instagram {"url":"https://www.instagram.com/p/B-ca5_shOTx/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""}
https://www.instagram.com/p/B-ca5_shOTx/?utm_source=ig_embed&utm_campaign=embed_video_watch_again
/wp:core-embed/instagram

କମେଡ଼ିଆନ୍ ଭାରତୀ ସିଂହ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରିଛନ୍ତି। ଏହାକୁ ସେୟାର କରି ସେ ଲେଖିଛନ୍ତି,ବିଚରା ହର୍ଷ ଲିମ୍ବାଚ୍ୟା,ଗୋଟିଏ ପଟେ ଲକଡାଉନ୍,ପୁଣି ଓ୍ବାଇନ୍ ଦୋକାନ ବି ବନ୍ଦ। ତାଙ୍କର ଏହି ଟିକଟକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ସେ ପଞ୍ଜାବୀ ଭାଷାରେ କଥା ହେଉଛନ୍ତି। ସ୍ବାମୀଙ୍କ ଉତ୍ତର ଶୁଣି ଭାରତୀ ସିଂହଙ୍କ ମୁହଁ ଶୁଖିଯାଉଛି। ତାଙ୍କର ଏହି ଭିଡିଓରେ ମଧ୍ୟ ଅନେକ କଳାକାର ଖୁବ କମେଣ୍ଟ ଦେଇଛନ୍ତି।

{"id":248380,"sizeSlug":"large"}

ଭାରତୀ ସିଂହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ସେ ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଭିଡିଓ ପୋଷ୍ଟ କରି ଲୋକଙ୍କୁ ହସାନ୍ତି।

{"id":248381,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.