Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ମା’ ହେବାକୁ ପ୍ଲାନିଂ କରୁଥିଲେ ପ୍ରସିଦ୍ଧ କମେଡ଼ିଆନ୍ ଭାରତୀ ସିଂହ : କରୋନା ଭାଇରସ୍ ମହାମାରୀ ଯୋଗୁଁ ବଦଳାଇଲେ ପ୍ଲାନ୍

29/05/2020 at 3:41 PM

ମୁମ୍ବାଇ ୨୯/୫: ପ୍ରସିଦ୍ଧ ହାସ୍ୟ କଳାକାର ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରିର୍ର୍ କପଲ୍ସ ମଧ୍ୟରୁ ଜଣେ। ଏବେ ପୂରା ବିଶ୍ବ କରୋନା ଭାଇରସ୍ ମହାମାରୀ ସହ ଲଢ଼ୁଛି  ଏବଂ ଏହି ଦୁଇ କଳାକାର ଲକଡାଉନ୍ ପାଳନ କରି ପରସ୍ପର ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଏମାନଙ୍କ ବିବାହକୁ ପାଖାପାଖି ୨ବର୍ଷରୁ ଅଧିକ ପୂରି ସାରିଲାଣି। ଏହି ସମୟରେ ଦୁଇ ଷ୍ଟାର ଏକ ସାକ୍ଷାତକାରରେ ନିଜ ଫ୍ୟାମିଲି ପ୍ଲାନିଂ ବିଷୟରେ କହିଛନ୍ତି।

ଭାରତୀ ସିଂହ ଫ୍ୟାମିଲି ପ୍ଳାନିଂ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଭାବିଥିଲେ ଯେ ୨୦୨୦ରେ ୨୦-୨୦ ଖେଳିବେ କିନ୍ତୁ କରୋନା ଭାଇରସ୍ ଯୋଗୁଁ ତାଙ୍କୁ ନିଜ ପ୍ଲାନିଂ ବଦଳିବାକୁ ପଡ଼ିଥିଲା।

ଭାରତୀ ସିଂହ କହିଥିଲେ ଯେ ସେ ଏବେ କରୋନା ଭାଇରସ୍ ଯୋଗୁଁ କୌଣସି ରିସ୍କ ନେବାକୁ ଚାହଁନ୍ତି ନାହିଁ। ସେ ଏହି ପରିସ୍ଥିତିରେ ବେବି ପ୍ଲାନ୍ କରିବେ ନାହିଁ। ସେ ଚାହୁଁଛନ୍ତି ଯେ ତାଙ୍କ ସନ୍ତାନ ସୁସ୍ଥ ବାତାବରଣରେ ଜନ୍ମ ହେଉ। ଏବେ ହସ୍ପିଟାଲରେ ଯିବାରେ ମଧ୍ୟ ବିପଦ ରହିଛି ଏବଂ ଯଦି ସେ ଏହି ସମୟରେ ଗର୍ଭବତୀ ହେଉଛନ୍ତି ତେବେ ତାଙ୍କୁ ରୁଟିନ୍ ଚେକଅପ୍ ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ। ତେଣୁ ସେ ଆସନ୍ତା ବର୍ଷ ବେବି ପ୍ଲାନିଂ ବିଷୟରେ ଭାବିବେ। ସେ ଚାହୁଁନାହାନ୍ତି ଯେ ତାଙ୍କ ଶିଶୁଙ୍କ ଜୀବନ ପ୍ରତି କୌଣସି ବିପଦ ରହୁ।

ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆଙ୍କ ସାକ୍ଷାତ କମେଡ଼ି ସର୍କସ ସେଟରେ ହୋଇଥିଲା। ପାଖାପାଖି ୭ବର୍ଷ ଡେଟ୍ କରିବା ପରେ ଉଭୟେ ୨୦୧୭ ଡିସେମ୍ବର ୩ତାରିଖରେ ବିବାହ କରିଥିଲେ।

   Related Posts