Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଏଠାରେ କରୋନା ମୁକାବିଲା ପାଇଁ ଲୋକ ଖାଉଛନ୍ତି କୁକୁର ଓ ବିଲେଇ ମାଂସ, ଡାକ୍ତର ଦେଇଛନ୍ତି ପରାମର୍ଶ

18/04/2020 at 8:28 PM

ଭିଏତନାମ, ୧୮|୦୪:  ସାରା ବିଶ୍ୱ ଏବେ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଏହି ମାରାତ୍ମକ ଭାଇରସ ପଶୁପକ୍ଷୀଙ୍କ ଶରୀରରୁ ମଣିଷକୁ ବ୍ୟାପିଥିବା କୁହାଯାଉଛି । ଏପରିକି ଅନେକ ମାଂସ ବିକ୍ରି ଉପରେ କଟକଣା ମଧ୍ୟ ଲାଗୁ ହୋଇଛି । ତେବେ ଭିଏତନାମ ଓ କମ୍ବୋଡିଆରେ କୁକୁର ଓ ବିଲେଇ ମାଂସ ବିକ୍ରି କରାଯାଉଥିବା ଏକ ସଙ୍ଗଠନ ଦାବି କରିଛି ।

ଫୋର୍ ପସ୍ ସଙ୍ଗଠନର କହିବାନୁସାରେ, ଡାକ୍ତର ଲୋକମାନଙ୍କୁ ଏହି ସବୁ ମାଂସ ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହି ମାଂସରେ ଥିବା ଉପାଦନ କରୋନା ମୁକାବିଲା କରିବ । ତେଣୁ ଲୋକମାନେ ଏହାକୁ ଖାଉଛନ୍ତି । ଏପରିକି କିଛି ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହି ମାଂସ ଲୋକଙ୍କୁ ପରଷା ଯାଉଛି ।

ସଙ୍ଗଠନର ସଦସ୍ୟ କ୍ୟାଥରିନ୍ ପୋଲକ୍ କହିଛନ୍ତି ଯେ, ଲୋକମାନେ ଏଠାରେ କୁକୁର ଓ ବିଲେଇ ମାଂସ ଖାଇବା ଅଭ୍ୟାସ କରୁଛନ୍ତି । ଯାହା ଅଧିକ ବିପଦଜ୍ଜନକ । ଏହା କରୋନା ଭାଇରସ ସଂକ୍ରମଣରେ ସାହାଯ୍ୟ କରିପାରେ । ଏହାସହ ସରକାର ଏହି ନିରୀହ ଜୀବଜନ୍ତୁଙ୍କ ହତ୍ୟା ଉପରେ ରୋକ ଲଗାନ୍ତୁ ବୋଲି ସେ ଦାବି କରିଛନ୍ତି ।

କମ୍ବୋଡିଆର ରାଜଧାନୀରେ ପ୍ରାୟ ୧୧୦ଟି ରେଷ୍ଟୁରାଣ୍ଟ କୁକୁର ଓ ବିଲେଇ ମାଂସ ବିକ୍ରି କରୁଥିଲେ । ଯାହାକୁ ଖାଇବା ଦ୍ୱାରା ଅନେକ କଲେରା, ରାବିଜରେ ଆକ୍ରାନ୍ତ ହୋଇଛନ୍ତି ।ତେବେ କିଛି ବ୍ୟକ୍ତି ଏହି ମାଂସ ଖାଇଲେ ଥଣ୍ଡା ଓ ଭାଇରାଲ ଇନଫେକ୍ସନରୁ ମୁକ୍ତି ମିଳେ ବୋଲି କହିଛନ୍ତି ।

ଭିଏତନାମରେ ପୂର୍ବରୁ ମଧ୍ୟ କୁକୁର ମାଂସ ଖାଇବା ପ୍ରଥା ରହିଛି । କିନ୍ତୁ ଏଠାକୁ କିଛି ଚୀନ ନାଗରିକ ଅଧିକ ଆସିବା ଫଳରେ ଅନ୍ୟ ମାଂସର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଚାଇନା ଏକ ବଡ ଓ ଶକ୍ତିଶାଳୀ ଦେଶ ହୋଇଥିବାରୁ ଏଠାକାର ଲୋକ ଚୀନ ନାଗରିକଙ୍କ କଥାକୁ ବେଶୀ ଗୁରୁତ୍ୱ ଦେବା ସହ ଅନୁସରଣ ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଭିଏତନାମରେ ୨୬୮ଜଣ କରୋନା ସଂକ୍ରମିତ ଥିବା ବେଳେ କମ୍ବୋଡିଆରେ ଏହା ହେଉଛି ୧୧୨ ।

   Related Posts