ବରଗଡ ଗନ୍ଧମାର୍ଦ୍ଦନ ପାହାଡରେ କମ୍ବିଂ ଅପରେସନ ଜୋରଦାର ; ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | December 26, 2018 IST

ବରଗଡ ୨୬|୧୨: ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡରେ ଚାଲିଛି ଯୋରଦାର ମାଓ କମ୍ବିଂ ଅପରେସନ । ଡିଭିଏଫ ଓ ସିଆରପିଏଫ ଜବାନ କମ୍ବିଂ ବେଳେ ପାଇକମାଳ ଥାନା ଅନ୍ତର୍ଗତ ମନଭଙ୍ଗ ଡ୍ୟାମ୍ ଠାରେ ପ୍ରାୟ ୧୦ରୁ ୧୨ଜଣ ମାଓବାଦୀ ଗ୍ରୁପକୁ ଦେଖିଥିଲେ । ପୋଲିସ ତରଫରୁ ତାଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । ହେଲେ ମାଓବାଦୀମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ତେଣୁ ପୋଲିସ ତରଫରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ସେମାନଙ୍କ ମଧ୍ୟରେ ନୂଆପଡା, ବଲାଙ୍ଗିର ଓ ବରଗଡ଼ ଡିଭିଜନର ମାଓବାଦୀ ରହିଛନ୍ତି । ତାଙ୍କ ସହିତ ଦୁର୍ଦ୍ଦାନ୍ତ ମାଓବାଦୀ ରବୀନ୍ଦ୍ର ରହିଥିବା ସୂଚନା ମିଳିଛି । କମ୍ବିଂ ବେଳେ ୧୬ ଗୋଟି ଖାଲି ଖୋକା, ଗୋଟିଏ ଧାରୁଆ ଛୁରୀ, ଗୋଟିଏ ଗୁଲେର (ବାଟୁଲି ଖାଡି), ଗୋଟିଏ ଗାମୁଛା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.