ପାର୍ଲାମେଣ୍ଟ ପରିସରରେ ମିଳିତ ବିରୋଧୀ ଦଳର ବୈଠକ: ମୋଦିଙ୍କ ଉଦ୍ଦେଶ୍ୟରେ କହିଲେ “ ଯାହା କରୁଛ ଦେଶକୁ ବିଶ୍ବାସକୁ ନେଇ କର’’

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ୨୭|୨; ସ୍ଥିତି ଯାହା ଗତକାଲି ଆଜି କିନ୍ତୁ ବଦଳିଛି । ଭାରତର ମିଗ୍‌ ବିମାନକୁ ପାକିସ୍ତାନ ଖସେଇଦେଇଥିବାର ଦାବି କରିବା ପରେ ଭାରତ ଜବାବ ଦେଇଛି ସତ କିନ୍ତୁ ଯେଉଁଭଳି ଭାବେ ଯୁଦ୍ଧ ପରିସ୍ଥିତି ଆଡକୁ ଦୁଇ ଦେଶ ମୁହାଁଉଛନ୍ତି ତାକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ମିଳିତ ବିରୋଧୀ ଦଳ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ।

{"id":89210}

କାଲି ରାଷ୍ଟ୍ରଧର୍ମ ନିଭାଇଥିଲେ । ସରକାର ଓ ସେନାକୁ ଖୋଲା ହୃଦୟରେ ସମର୍ଥନ ଜଣାଇଥିଲେ । ଆଜି କିନ୍ତୁ ଯୁଦ୍ଧ ଭଳି ପରିସ୍ଥିତି ଓ ଆସୁଥିବା ନିର୍ବାଚନକୁ ନେଇ ବିରୋଧୀ ଏକାଠି ହୋଇଛନ୍ତି। ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ଏ ହେଉଛି ପାର୍ଲାମେଣ୍ଟ ପରିସରରେ ବସିଥିବା ମିଳିତ ବିରୋଧୀ ଦଳର ବୈଠକ। ଦୀର୍ଘ ସମୟ ଧରି ଏହି ବୈଠକ ଚାଲିଥିଲା । ପୁଲୱାମା ପରଠାରୁ ବଦଳୁଥିବା ପରିସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା। ଯଦିଓ ଏହା ପ୍ରକାଶ କରିନଥିଲେ କିନ୍ତୁ ଏହା ମଧ୍ୟ ଅନୁମାନ କରାଯାଇପାରେ ଯେ ବିରୋଧୀଙ୍କ ଚିନ୍ତାରେ ବି ଥିଲା ଆସୁଥିବା ନିର୍ବାଚନରେ ସେମାନଙ୍କର  ଆଭିମୁଖ୍ୟ କଣ ରହିବ। ଆଉ ମିଳିତ ବିରୋଧୀ ଦଳଙ୍କ ବୈଠକ ପରେ କଂଗ୍ରେସ ସେନାକୁ ଓ ସରକାରଙ୍କୁ ସମର୍ଥନ ତ ଜଣାଇଥିଲା କିନ୍ତୁ ସରକାରଙ୍କ ଆଡ଼କୁ ମଧ୍ୟ ନିଶାନା ସାଧିଥିଲା, ଯାହା କରୁଛ ଦେଶକୁ ବିଶ୍ବାସରେ ନେଇ କର।

{"id":89211}

ବିରୋଧୀ ଦଳଙ୍କ ଚିନ୍ତାରେ ଥିଲା ନିଖୋଜ ହୋଇଥିବା ପାଇଲଟଙ୍କୁ ନେଇ। ପାଇଲଟ ସୁରକ୍ଷିତ ଫେରି ଆସିବା ନେଇ ସେମାନେ କାମନା କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ସର୍ବଦଳୀୟ ବୈଠକ ଡକାଇନଥିଲେ ସେନେଇ ପରୋକ୍ଷରେ ଆକ୍ଷେପ କରିଥିଲେ ।  ବିରୋଧୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିନାହାନ୍ତି କିନ୍ତୁ ସରକାରଙ୍କ ଠାରୁ ଅଧିକ କିଛି ଆଶା କରୁଛନ୍ତି ସେ ସନ୍ଦେଶ ଦେଇଛନ୍ତି।  

{"id":89212}

 ଆଗକୁ ନିର୍ବାଚନ ଅଛି ଏହାକୁ ଦୃଷ୍ଟି ରେ ରଖି ବିରୋଧୀ ସେମାନଙ୍କ ନିର୍ବାଚନୀ ସମରସଜ୍ଜା ପାଇଁ ଚିନ୍ତାରେ ଅଛନ୍ତି।

{"id":89214}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.