କଙ୍ଗନାଙ୍କ ମନାଲି ସ୍ଥିତ ଘରେ ପହଞ୍ଚିଲେ କମାଣ୍ଡୋ

Published By : Prameya-News7 Bureau | September 08, 2020 IST

ମନାଲି ୦୮/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ମିଳିଛି | ମନାଲିରେ ତାଙ୍କ ଘର ବାହାରେ କମାଣ୍ଡୋ ପହଞ୍ଚି ସାରିଛନ୍ତି | ମଙ୍ଗଳବାର ସକାଳୁ ୱାଇ ଶ୍ରେଣୀ ସୁରକ୍ଷା ଅନୁଯାୟୀ, ୧୧ ସଦସ୍ୟ ବିଶିଷ୍ଟ ଟିମ କଙ୍ଗନାଙ୍କ ଘରେ ପହଞ୍ଚିଥିଲେ | ଏହା ପୂର୍ବରୁ ହିମାଚଳ ପ୍ରଦେଶ ସରକାର କଙ୍ଗନା ରଣାୱତଙ୍କୁ ରାଜ୍ୟ ପୋଲିସ ତରଫରୁ ସୁରକ୍ଷା ପ୍ରଦାନ କରିଥିଲେ | କମାଣ୍ଡୋ ଆସିବା ପୂର୍ବରୁ କଙ୍ଗନାଙ୍କ ଘର ଆଖପାଖରେ କୁଲ୍ଲୁ ପୋଲିସ ନିୟୋଜିତ ଥିଲେ |

{"id":326684,"sizeSlug":"large"}

ଇତି ମଧ୍ୟରେ ଖବର ଆସିଛି ଯେ କଙ୍ଗନା ମନାଲିରୁ ଚଣ୍ଡୀଗଡ଼ ସଡକ ମାର୍ଗ ଦେଇ ଯାଇପାରନ୍ତି | ଚଣ୍ଡୀଗଡ଼ରୁ ସେ ସେପ୍ଟେମ୍ବର ୯ ତାରିଖ, ବୁଧବାର ଦିନ ମୁମ୍ବାଇରେ ପହଞ୍ଚିବେ | କରୋନା ଯାଞ୍ଚ ପାଇଁ କଙ୍ଗନାଙ୍କ ନମୁନା ସଂଗ୍ରହ କରାଯାଇଛି | ତାଙ୍କର କରୋନା ଯାଞ୍ଚ ରିପୋର୍ଟ ମଙ୍ଗଳବାର ଦିନ ଆସିବ | କଙ୍ଗନାଙ୍କ ଭଉଣୀ ରଙ୍ଗୋଲିଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କର ମଧ୍ୟ କରୋନା ଯାଞ୍ଚ କରାଯାଇଛି |

{"id":326686,"sizeSlug":"large"}

କେନ୍ଦ୍ର ସରକାରଙ୍କ ଛଡା ହିମାଚଳ ସରକାର ମଧ୍ୟ କଙ୍ଗନାଙ୍କୁ ସୁରକ୍ଷା ଦେବାକୁ ଆଦେଶ ଦେଇଥିଲେ | ସୋମବାର ଦିନ କୁଲ୍ଲୁ ପୋଲିସ ତାଙ୍କ ସୁରକ୍ଷାରେ ନିୟୋଜିତ ହେବାପରେ ମଙ୍ଗଳବାର ସକାଳୁ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ କଙ୍ଗନାଙ୍କ ଘରେ ପହଞ୍ଚିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.