ଚୀନ ସେନା ପଛକୁ ନ ଘୁଞ୍ଚିବାରୁ କଥାବାର୍ତ୍ତା କରିବାକୁ ଯାଇଥିଲେ କର୍ଣ୍ଣଲ ସନ୍ତୋଷ ବାବୁ : ସେତେବେଳେ ତାଙ୍କ ଉପରେ ହମଲା କରିଥିଲେ ଚୀନ ସେନା

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭/୦୬ : ଗଲୱାନ୍ ଘାଟିରେ ଚୀନ ସେନା ସହ ହିଁସକ ଯୁଦ୍ଧରେ ସହିଦ ହୋଇଛନ୍ତି କର୍ଣ୍ଣଲ ବି.ସନ୍ତୋଷ ବାବୁ | ସୋମବାର ଦିନ ଚୀନ ପକ୍ଷ ସହିତ ଆଲୋଚନାର ସେ ନେତୃତ୍ୱ ନେଇଥିଲେ | କିନ୍ତୁ ସୋମବାର ବିଳମ୍ବିତ ରାତିରେ ହୋଇଥିବା ହିଂସାରେ ସେ ଶହୀଦ ହୋଇଛନ୍ତି | ତେଲେଙ୍ଗାନାର ସୂର୍ଯ୍ୟପତ ଜିଲ୍ଲା ନିବାସୀ କର୍ଣ୍ଣଲ ସନ୍ତୋଷ ବାବୁ ୧୬ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିଲେ | ଏହା ପୂର୍ବରୁ ମଧ୍ୟ ସେ ଭାରତ ଚୀନ ମଧ୍ୟରେ ଚାଲିଥିବା ତିକ୍ତତା କମ କରିବାକୁ ହୋଇଥିବା ବୈଠକର ନେତୃତ୍ୱ ନେଇଥିଲେ |  

{"id":287486,"sizeSlug":"large"}

ସେନା ସହିତ ଜଡିତ ସୂତ୍ରରୁ ଜଣାପଡିଛି ଯେ, ସୋମବାର ରାତିରେ ଚୀନ ସେନା ନିର୍ଣ୍ଣୟ କରିଥିବା କାର୍ଯ୍ୟକ୍ରମ ଅନୁସାରେ ପଛଘୁଞ୍ଚା ଦେଇନଥିଲା | ଫଳରେ କର୍ଣ୍ଣଲ ସନ୍ତୋଷ ବାବୁ ନିଜେ କଥାବାର୍ତ୍ତା ହେବା ପାଇଁ ଯାଇଥିଲେ | ଆଲୋଚନା ସମୟରେ ଚୀନ ସେନା ପକ୍ଷରୁ ତାଙ୍କ ସହ ମାରପିଟ ହୋଇଥିଲା | ଏହାପରେ ଭାରତୀୟ ସେନା ମଧ୍ୟ ଚୀନକୁ ଏହାର ଜବାବ ଦେଇଥିଲା |

{"id":287489,"width":577,"height":303,"sizeSlug":"large"}

ଏହାପରେ ଉଭୟ ପକ୍ଷରୁ ହିଂସା ଆରମ୍ଭ ହୋଇଥିଲା | ପଥର, ବାଡ଼ି ଆଦି ମାରପିଟ ଚାଲିଲା | ଉଭୟ ପକ୍ଷର ଅନେକ ସେନା ଆହତ ହେଲେ | ଅନେକ ସେନା ନିଖୋଜ ମଧ୍ୟ ହୋଇଗଲେ | କିନ୍ତୁ ପରେ ନିଖୋଜ ଥିବା ସେନା ଫେରି ଆସିଥିଲେ | ସେନା ତରଫରୁ ଅଫିସିଆଲି ତାହା ସ୍ପଷ୍ଟ କରାଯାଇନାହିଁ | କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ସେନା ନିଖୋଜ ଥିଲେ | ନିଖୋଜ ଥିବା ସୈନିକଙ୍କୁ ଖୋଜାଖୋଜି ଜାରି ରହିଛି |

{"id":287487,"sizeSlug":"large"}

କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପରିବାରରେ ତାଙ୍କ ମାତା-ପିତା, ପତ୍ନୀ, ପୁଅ-ଝିଅ ଅଛନ୍ତି | ଏହି ଯୁଦ୍ଧରେ ୧୬ ବିହାର ରେଜିମେଣ୍ଟର ଆଉ ଦୁଇ ସୈନିକ ମଧ୍ୟ ଆହତ ହୋଇଛନ୍ତି | ସେଥିରୁ ଜଣେ ହାବିଲଦାର ପଲାନି ତଥା ହାବିଲଦାର ସୁନୀଲ କୁମାର ସାମିଲ ଅଛନ୍ତି | ଭାରତ ଚୀନର ଏହି ହିଂସାତ୍ମହକ ଘଟଣାରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି | ପାଖାପାଖି ୪୩ ଚୀନି ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି | ସେମାନଙ୍କ ମୃତଦେହ ନେବା ପାଇଁ ଏଲଏସିରେ ଚୀନି ଚପର ରହିଛି | 

{"id":287488,"width":580,"height":434,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.