Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପୋଲିସ କବ୍‌ଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ: ଧରିବାକୁ ନିୟୋଜିତ ଥିଲେ ୫ଶହ ସ୍ପେଶାଲ ଫୋର୍ସ, ୨୨ଟି ହେଲିକପ୍ଟର, ଥିଲା ୬୦କୋଟି ଟଙ୍କାର ପୁରସ୍କାର ରାଶି

25/10/2021 at 5:14 PM

ନୂଆଦିଲ୍ଲୀ ୨୫/୧୦ : ଭାରତ ସମେତ ସାରା ବିଶ୍ବରେ ଏବେ ଡ୍ରଗ୍ସ କାରବାର ପ୍ରବଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଡ୍ରଗ୍ସ ମାଫିଆମାନେ ନିଜର ସାମ୍ରାଜ୍ୟ ବୃଦ୍ଧିକରିବାରେ ଲାଗିପଡିଛନ୍ତି । ଏହି କ୍ରମରେ କଲମ୍ବିଆ ପୋଲିସ ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଡାଇରୋ ଆଣ୍ଟୋନିଓ ଉସାଗା ନାମକ ଏହି ଡ୍ରଗ୍ସ ମାଫିଆ ନାଁ ରେ ସାଂଘାତିକ ମାମଲା ରହିଛି । ସେ ବିଶ୍ବର ସବୁଠାରୁ ଭୟଙ୍କର ଡ୍ରଗ୍ସ ମାଫିଆ ବୋଲି କୁହାଯାଉଛି ।

ଆଣ୍ଟୋନିଓ ଉସାଗା ଓରଫ୍‌ ଓଟନିଲ୍‌କୁ ଗିରଫ କରିବା ପରେ ଅଧିକ ପଚରାଉଚରା କରିବା ପାଇଁ ତାକୁ ଆମେରିକାକୁ ପ୍ରତ୍ୟର୍ପଣ କରିବାକୁ ଯାଉଛି କଲମ୍ବିଆ । ଏ ନେଇ କଲମ୍ବିଆ ସରକାର ଆମେରିକାକୁ ଏକ ସ୍ବତନ୍ତ୍ର ଚାର୍ଜସିଟ୍‌ ଦାଖଲ କରିବେ । ଏହାପରେ ଯାଇ ଆମେରିକାକୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯିବ ।

କୁଖ୍ୟାତ ଡ୍ରଗ୍ସ ମାଫିଆ ଓଟନିଲ୍‌କୁ ଧରିବା ପାଇଁ ସ୍ପେଶାଲ ଅପରେସନ ଚଳାଇଥିଲା କଲମ୍ବିଆ ସେନା । ଗତ ଶନିବାର ଦିନ ଅପରେସନ ବେଳେ ଏକ ଗାଁରୁ ତାକୁ କାବୁ କରାଯାଇଥିଲା । ଓଟନିଲ୍‌କୁ ଧରିବା ପାଇଁ ୫୦୦ ସ୍ପେଶାଲ ଫୋର୍ସ ଏବଂ ୨୨ଟି ହେଲିକପ୍ଟର ଲାଗିଥିଲେ । ଏହା ଛଡା ତାକ ଖୋଜି ବାହାର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କଲିମ୍ବିଆ ସରକାର ।

କଲମ୍ବିଆ ସରକାର ଏକ ସ୍ବତନ୍ତ୍ର ପିଟିସନ୍‌ ଦାଖଲ କରି ଓଟନିଲ୍‌କୁ ଆମେରିକାକୁ ପ୍ରତ୍ୟର୍ପଣ କରିବାକୁ ଯାଉଛନ୍ତି । ନ୍ୟାୟ ମନ୍ତ୍ରୀ ଓ୍ବିଲସନ୍‌ ରୁଇଜ୍‌ କହିଛନ୍ତି, ‘କଲମ୍ବିଆ ସରକାର ଏକ ସ୍ବତନ୍ତ୍ର ପିଟିସନ୍‌ ତିଆରି କରୁଛନ୍ତି । ଆସନ୍ତା ସୋମବାର ଦିନ ଏହି ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ କରାଯିବ । ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଯାଇ ଓଟନିଲ୍‌କୁ ଆମେରିକାକୁ ହସ୍ତାନ୍ତର କରାଯିବ ।’

ଓଟନିଲ ପ୍ରତି ବର୍ଷ ଶହ ଶହ ଟନ୍‌ କୋକିନ୍‌ ଚାଲାଣ କରିଥାଏ । କିଛି କ୍ଷମତାଶାଳୀ ବ୍ୟକ୍ତିଙ୍କୁ ହାତକରି ସେ ଲଗାତାର ଭାବେ ତାର କଳା ସାମ୍ରାଜ୍ୟକୁ ବୃଦ୍ଧି କରିବାରେ ଲାଗିପଡିଥିଲା । ସେ ଅନେକ ବର୍ଷ ପୂର୍ବରୁ ଆମେରିକାର ଡ୍ରଗ୍ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଦ୍ବାରା କଳା ତାଲିକା ଭୂକ୍ତ ହୋଇଥିଲା । ତାକୁ ଧରିବା ପାଇଁ ୫ ମିଲିୟନ ଡଲାର (୩୭ କୋଟି ଟଙ୍କା)ର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହିଭଳି କଲମ୍ବିଆ ସରକାର ମଧ୍ୟ ତାକୁ ଧରାଇଦେବାକୁ ୮ ମିଲିୟନ ଡଲାର(୬୦ କୋଟି ଟଙ୍କା)ର ପୁରସ୍କାର ରାଶି ଘୋଷଣା କରିଥିଲେ । ଓଟନିଲର ଗ୍ୟାଙ୍ଗରେ ହାଇ ପ୍ରୋଫାଇଲ ଲୋକ ଥିଲେ । କଲମ୍ବିଆର ୩୨ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟରେ ତାର ନେଟଓ୍ବର୍କ କାମ କରୁଥିଲା । ପାଖାପାଖି ୩୮୦୦ ଲୋକ ତା ପାଇଁ କାମ କରୁଥିଲେ । ଏ ନେଇ କଲମ୍ବିଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।  

   Related Posts