ମର୍ମନ୍ତୁଦ ଦୁର୍ଘଟଣା : ଟ୍ରାକ୍ଟର ସହ ଧକ୍କା ହେଲା ପିକ୍‌ଅପ୍‌ ଭ୍ୟାନ୍, ୮ ମୃତ ୧୧ ଗୁରୁତର

Published By : Prameya-News7 Bureau | June 19, 2019 IST

ସମ୍ଭଲ ୧୯|୬: ଉତ୍ତରପ୍ରଦେଶ ସମ୍ଭଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଛି । ୧୧ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲା ବହଜୋଇ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଆସିଗଡ-ଆଗ୍ରା ହାଇଓ୍ବେରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ଦୁଇଟା ସମୟରେ ଦୁର୍ଘଟଣା ହୋଇଛି । ପିକଅପ୍ ଭ୍ୟାନ୍ ରେ ଲୋକମାନେ ଝିଅ ଘରକୁ ଭାର ନେଇ ବନ୍ଦାୟୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଆଲିଗଡ-ଆଗ୍ରା ଜାତୀୟ ରାଜପଥରେ ଟ୍ରାକ୍ଟର ସହ ଧକ୍କା ହୋଇଥିଲା ପିକଅପ୍ ଭ୍ୟାନ୍ । ଫଳରେ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.