ସିରିଜ୍ ଦୁର୍ଘଟଣା : ପରସ୍ପର ସହ ଧକ୍କା ହେଲା ୪ଟି ଗାଡି, ୩ ଜଣଙ୍କ ମୃତ୍ୟୁ, ୮ ଗୁରୁତର

Published By : Prameya-News7 Bureau | October 29, 2020 IST

ବୁଲନ୍ଦସହର ୨୯।୧୦: ଉତ୍ତରପ୍ରଦେଶ ବୁଲନ୍ଦସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଟି କୋତବାଲି ଦେହାତ ଅଞ୍ଚଳରେ ହୋଇଛି ।

ସୂଚନା ଅନୁସାରେ ଟ୍ରକ୍, କାର୍ ଏବଂ ଦୁଇଟି ଟାଟା ମ୍ୟାଜିକ୍ ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗାଡି ଭିତରେ ଫସିଥିବା ୮ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ସଂପର୍କରେ ପଚାରି ବୁଝିବା ସହ ଜିଲ୍ଲା ଅଧିକାରୀ ଏବଂ ଏସଏସପିଙ୍କୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଭୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.