ଝାରସୁଗୁଡାରେ ଘୁରିବୁଲୁଛି ଜଣେ କଲେଜ ଛାତ୍ରୀ ଓ ଛାତ୍ରଙ୍କ ଭାଇରାଲ ଭିଡିଓ
4/09/2018 at 6:48 PM

ଝାରସୁଗୁଡା ୪/୯ : ଝାରସୁଗୁଡା ଜିଲ୍ଲାରେ ଘୁରିବୁଲୁଛି ଜଣେ କଲେଜ ଛାତ୍ରୀ ଓ ଛାତ୍ରଙ୍କ ଭାଇରାଲ ଭିଡିଓ। ଭିଡିଓରେ ଉଭୟଙ୍କୁ କେତେକ ମୁଖାଧାରୀ ଯୁବକ ଅସଦ୍ବ୍ୟବହାର କରୁଥିବା ଦେଖାଯାଇଛି। ଉଭୟ ଛାତ୍ରୀ ଓ ଛାତ୍ର ଏକ ନିଛାଟିଆ ସ୍ଥାନକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କିଛି ଅସାମାଜିକ ଯୁବକ ଘେରିଯାଇଥିଲେ। ଏହା ପରେ ଜଣେ ଯୁବକ ଭିଡିଓ ସୁଟିଂ କରୁଥିଲେ। ଅନ୍ୟମାନେ ଉଭୟଙ୍କୁ ଗାଳିଗୁଲଜ କରୁଥିଲେ। ଏପରିକି ଉଭୟଙ୍କ ବ୍ୟାଗ୍, ମନିପର୍ସ, ମୋବାଇଲ ଯାଞ୍ଚ ମଧ୍ୟ କରିଥିଲେ। ଛାତ୍ରୀ ଜଣକ ଭିଡିଓ ସୁଟିଂ ନ କରିବାକୁ ନିବେଦନ କରୁଥିଲେ। ହେଲେ ଉକ୍ତ ଅସାମାଜିକ ଯୁବକଙ୍କ ମଧ୍ୟରୁ ଜଣେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିଲେ। ଭିଡିଓର ପ୍ରଥମାର୍ଦ୍ଧରେ ହିନ୍ଦି ଭାଷାରେ କଥାବାର୍ତ୍ତା ହେଉଥିବାବେଳେ ପରେ ପରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ଏବଂ ଗାଳିଗୁଲଜ କରୁଥିବା ଦେଖାଯାଇଥିଲା। ଛାତ୍ରୀ ଓ ଛାତ୍ର ଝାରସୁଗୁଡା ଜିଲାର ଏକ ପ୍ରମୁଖ କଲେଜର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁର୍ବ୍ୟବହାର ର ଶିକାର ହୋଇଥିବା ଛାତ୍ର ଛାତ୍ରୀ ନିକଟରେ ଅଭିଯୋଗ କରିନାହାନ୍ତି।। ତେଣୁ ପୋଲିସ ମାମଲାକୁ ଗୁରୁତ୍ୱର ସହ ବିଚାର କରି ଯାଞ୍ଚ କରିବାକୁ ଲୋକେ ଦାବି କରିଛନ୍ତି।ଥାନାରେ ଏ ସମ୍ପର୍କରେ ଏତଲା ଦିଆଯାଇ ନଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ ବୋଲି ପୋଲିସ କାହିଁଛି। ସୂଚନାଯୋଗ୍ୟ, ଗତ କିଛିମାସ ପୂର୍ବରୁ ବରଗଡ ଜିଲାରେ ସମାନ ଧରଣର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏଥିରେ ଜଡିତ ୮ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା।