ଟାୟାର ଜାଳି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | January 21, 2020 IST

ବାଲିପାଟଣା ୨୧।୦୧: ରାଜ୍ୟ ସରକାରଙ୍କ ଯୁକ୍ତ ୨ରେ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନକୁ ବିରୋଧ କରି ରାସ୍ତାରୋକ ।  ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରଛାତ୍ରୀମାନେ ବାଲିପାଟଣା- ଭିଙ୍ଗାରପୁର ରାସ୍ତାରେ ଟାୟାର ଜାଳି  ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଯୋଗୁଁ ବାଲିପାଟଣା-ଭିଙ୍ଗାରପୁର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଶିଶୁଅନନ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ୍‌ ଘଟଣାସ୍ଥଳରେ ପହଁଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଛି | ଯୁକ୍ତ ୨ରେ ପ୍ରଥମ ବର୍ଷରେ ପାସ୍ ନ କଲେ ୨ୟ ବର୍ଷକୁ ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ରାସ୍ତାରୋକ କରିଥିଲେ ।

{"id":214218,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.