ଚଣ୍ଡିଖୋଲ, ୧୬/୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ କେଲଜ ସମ୍ମୁଖରେ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା ଓ ପ୍ରତିବାଦ ଦେଖିବାକୁ ମିଳିଛି । କଲେଜର ଏଜ୍ୟୁକେସନ୍ ବିଭାଗର ଅଧ୍ୟାପକ ସତ୍ୟବ୍ରତ ପୃଷ୍ଟିଙ୍କ ଅନ୍ୟ କଲେଜକୁ ବଦଳି ହୋଇଥିବା ବେଳେ ଏହି ବଦଳିକୁ ରଦ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଏଥିସହ ଅଧ୍ୟାପକଙ୍କୁ ପୁନର୍ବାର ଏହି କଲେଜରେ ନିଯୁକ୍ତି ଦିଆଯିବା ପାଇଁ ଛାତ୍ରଛାତ୍ରୀମାନେ ଅଡ଼ି ବସିଛନ୍ତି ।
ଏ ନେଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରି ଗେଟ ତାଲା ପକାଇଥିଲେ । କଲେଜ ଅଧ୍ୟାପକ ଓ ବଡ଼ଚଣା ବିଧାୟକଙ୍କୁ ଲିଖିତ ଅଭିଯୋଗ କରାଯାଇ ଥିବା ବେଳେ କଲେଜ ଅଧକ୍ଷ କହିଛନ୍ତି ଏ ନେଇ ବିହିତ ପଦକ୍ଷେପ ନିଆଯିବ । ଦୀର୍ଘ ଦିନ ଧରି କଲେଜ ଅଧ୍ୟାପକ ପିଲାମାନଙ୍କ ସହିତ ଭଲ ଭାବେ ଜଡିତ ଥିବା ବେଳେ ଯଦି ଆଗାମୀ ଦିନରେ ଅଧ୍ୟାପକଙ୍କ ବଦଳି ରଦ୍ଦ ନକରାଯାଏ ତେବେ ଏହି ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।